ଚାଷୀଙ୍କୁ ଅଖା, ଧାନ ପରିବହନ ଓ ସୁତୁଲୀ ଖର୍ଚ୍ଚ ମିଳୁ ନଥିବା ଅଭିଯୋଗ

0 81

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ବର୍ତ୍ତମାନ ଖରିଫ ଋତୁରେ ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ କରିବା ସକାଶେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚାଷୀ ସମବାୟ ସମିତିରେ ପହଞ୍ଚାଇବା ପରେ ଚାଷୀଙ୍କ ଧାନ ସମବାୟ ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀ କ୍ରୟ କରି ମିଲ ସେମାନଙ୍କ ଜରିଆରେ ଧାନ କ୍ରୟ କରିବାର ବ୍ୟବସ୍ଥା ରହିଛି କିନ୍ତୁ ବାସ୍ତବ ଚିତ୍ର ଦେଖିବାକୁ ଗଲେ ସମବାୟ ସମିତି ଚାଷୀଙ୍କୁ ଟୋକେନ୍‌ ଓ ଧାନ ସାମ୍ପୂଲ ନେଇ ମିଲର ନିକଟକୁ ଚାଷୀଙ୍କୁ ପଠାଉଛନ୍ତି । ମିଲର ଚାଷୀଙ୍କ ଧାନ ଦେଖି ଶୁଖିଲା ନାହିଁ, କଞ୍ଚା କହି ବସ୍ତା ପିଛା ୨ କେଜି କାଟିବା ସହ ଅଖା, ସୁତୁଲୀ ଓ ପରିବହନ ଖର୍ଚ୍ଚ ଦେଉ ନଥିବା ଅଭିଯୋଗ ହେଉଛି । ଏଥିପ୍ରତି ତୁରନ୍ତ ପଦକ୍ଷେପ ନେଲେ ଚାଷୀ କୂଳ ଉପକୃତ ହୋଇପାରିବେ । ପ୍ରକାଶଥାଉକୁ ଅଧିକ ଜମି ଥିବା ଚାଷୀଙ୍କୁ କମ ଟୋକନ ଆସିଥିବାର ଅଭିଯୋଗ ହେଉଛି ଏହାର ତୁରନ୍ତ ସମାଧାନ ସକାଶେ ଚାଷୀଙ୍କଠାରୁ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

3 × one =