ଚାଷୀମାନଙ୍କର ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ସମାବେଶ

0 107

ସୁବର୍ଣ୍ଣପୁର: ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ବିଗତ ୧୨ ବର୍ଷ ଧରି ଚାଷୀ ଓ ଚାଷର ବିକାଶ ପାଇଁ ଲଢେଇ ଜାରି ରହିଛି । ପ୍ରଥମତଃ ଚାଷୀମାନଙ୍କର ସମ୍ମାନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ଚାଷୀ ସୁରକ୍ଷା ଭତ୍ତା ସହିତ ଆଞ୍ଚଳିକ ସମସ୍ୟା ଦାବି ସମୂହ ମଧ୍ୟରେ କୃଷି ଋଣ ଛାଡ ,ବକେୟା ବିଦ୍ୟୁତ୍‌ ବିଲ୍‌ ଛାଡ଼ ,ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୫୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି ସହ ନୂତନ ଭାବେ ହୋଇଥିବା ବ୍ୟାଙ୍କ ଲିଙ୍କିଂ ଦ୍ୱାରା ବୃଦ୍ଧବୃଦ୍ଧାମାନେ ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ତଦନ୍ତ କରି ପଂଚାୟତରେ ଭତ୍ତା ଦେବାର ବ୍ୟବସ୍ଥା କରାଯାଉ । ଅସହାୟ ମାନଙ୍କ ଘରକୁ ଯାଇ ଦେବା ବ୍ୟବସ୍ଥା ହେଉ । ଧାନର ଏମ.ଏସ.ପି. କ୍ୟୁଣ୍ଟାଲ ପ୍ରତି ୨୯୫୦ ଟଙ୍କା ଓ ମଣ୍ଡି ବ୍ୟବସ୍ଥାରେ ସୁଧାର କରାଯାଉ । ଗରୀବ ଓ ମଧ୍ୟ ବିତ୍ତ ପରିବାରକୁ ୨୫୦ୟୁନିଟ ବିଦ୍ୟୁତ୍‌ ଦେୟମୁକ୍ତରେ ଦିଆଯାଉ । ଚାଷୀ ପରିବାର ପିଲାଙ୍କୁ ଶିକ୍ଷା ଓ ଚାକିରୀରେ ସଂରକ୍ଷଣ ବ୍ୟବସ୍ଥା କରାଯାଉ । ଚାଷୀ ଜଳସେଚନ ପାଇଁ ବିଦ୍ୟୁତ୍‌ ବିଲ୍‌ ସଂପୂର୍ଣ୍ଣ ମୁକ୍ତ କରାଯାଉ । ସୋନପୁର ସୂତାକଳକୁ ପୁନର୍ବାର ସରକାର ପରିଚାଳିତ କରନ୍ତୁ । କପା ଚାଷ ବହୁତ ବୃଦ୍ଧି ପାଇଛି । କଟନ କରିଡର ନିର୍ମାଣ କରାଯାଉ ଓ କପା ସଂରକ୍ଷଣ ପାଇଁ ସୁବ୍ୟବସ୍ଥା କରାଯିବା ସଂପର୍କିତ ବିଭିନ୍ନ ଦାବିନେଇ ସ୍ଥାନୀୟ ରୟାଲପଡିଆରୁ ଏକ ବିଶାଳ ରାଲିରେ ଆଜି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲାଶାଖା ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ସମାବେଶରେ ଜାତୀୟ କନଭେନର ଅକ୍ଷୟ କୁମାର, ଉମାକାନ୍ତ ଭରତ, ଚିନୁ ଦାଶ, ସୋନପୁର କନଭେନର ବିଶେଶ୍ୱର ପାଣିଗ୍ରାହୀ, ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ମିଶ୍ରଙ୍କ ସମେତ ଶିବପ୍ରସାଦ ପଣ୍ଡା, ନିତିନ ପ୍ରଧାନ, କୃଷ୍ଣ ଚନ୍ଦ୍ର ସେଠୀ,ରାଜେନ୍ଦ୍ର ସା,ତ୍ରିଲୋଚନ ତାଣ୍ଡିଆ,ପୂର୍ଣ୍ଣଚନ୍ଦ୍ର ଧଳ ,ଦୟାନିଧି ମେହେର, ବିଷ୍ଣୁ ପଲିଆ, ଦେବାଶିଷ ଦାସ, ଜଗନ୍ନାଥ ଦାସ, ଗଙ୍ଗା ଖମାରୀ, ମହାଦେବ ଭାଇ ଓ ଶ୍ରୀ ଗଣେଷ ପ୍ରମୁଖ କୃଷକ ସଂଗଠନର ଶତାଧିକ କର୍ମକର୍ତ୍ତାଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ କୃଷକ ପ୍ରତିନିଧି ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

20 − 3 =