ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ;ସୁନାବେଡାରେ ବୁଲୁଛି କଲରାପତରିଆ ବାଘ, ଲୋକେ ଆତଙ୍କିତ

0 71

ନୂଆପଡ଼ା :ନୂଆପଡା ସୁନାବେଡାରେ ବାଘ ଆତଙ୍କ । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ବୁଲୁଛି କଲରାପତରିଆ ବାଘ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାଘକୁ ନେଇ ଅଭୟାରଣ୍ୟବାସୀ ଆତଙ୍କିତ ହୋଇପଡିଛନ୍ତି । ଯାହା ସୂଚନା ମିଳିଛି, ଜିଲ୍ଲା କୃଷି, ଉଦ୍ୟାନ ବିଭାଗର କର୍ମଚାରୀମାନେ କୌଣସି କାମରେ ସୁନାବେଡ଼ା ଅଭୟାରଣ୍ୟ ସ୍ଥିତ ସୁନାବେଡ଼ା ଗାଁକୁ ଯାଇଥିଲେ । ସେଠାରେ କୃଷକମାନଙ୍କୁ ତାଲିମ ଦେଇ ନୂଆପଡ଼ା ସଦର ମହୁକମାରେ ଥିବା କାର୍ଯ୍ୟାଳୟକୁ ଫେରୁଥିଲେ । ସେମାନେ ଗଡ଼ଗଡ଼ା ଘାଟି ରାସ୍ତା ପାରି ହୋଇଆସୁଥିବା ବେଳେ, କିଛି ଦୂରତାରେ ଗୋଟିଏ କଲରାପତରିଆ ବାଘକୁ ଦେଖିବାକୁ ପାଇଥିଲେ । ବାଘକୁ ଦେଖ୍‌ ୪ ଚକିଆ ଗାଡ଼ିରେ ବସିଥିବା କର୍ମଚାରମାନେ ଖୁବ୍‌ ଭୟଭୀତ ହୋଇଯାଇଥିଲେ । ବାଘ ତାଙ୍କର ଗାଡି ଆଗକୁ ଚାଲିଆସିଥିଲା । କିଛି ସମୟ ବାଘ ଏବଂ ଗାଡି ମୁହାଁମୁହିଁ ହେବା ପରେ ଜଙ୍ଗଲ ଅଞ୍ଚଳକୁ ଚାଲିଯାଇଥିଲା ବାଘ । ସେତିକି ବେଳେ ଗାଡ଼ିରେ ବସିଥିବା କର୍ମଚାରୀ ନିଜ ମୋବାଇଲରେ ସାହାସ ଦେଖାଇ ବାଘର ଗତିବିଧିକୁ ରେକର୍ଡ କରି ନେଇଥିଲେ । ତେବେ ବାଘ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କୃଷି ଓ ଉଦ୍ୟାନ ବିଭାଗ କର୍ମଚାରୀମାନେ । ଏହି ଖବର ପ୍ରସାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରୁଥିବା ବେଳେ ବନ୍ୟଜନ୍ତୁ ସୁରକ୍ଷା ବିଭାଗ ଘଟଣା ଉପରେ ନଜର ରଖିଛି ।

hiranchal ad1
Leave A Reply

Your email address will not be published.

3 × 4 =