ସୁବର୍ଣ୍ଣପୁର : ଗତକାଲି ମଧ୍ୟ ରାତ୍ରିରେ ସୋନପୁର ଶାନ୍ତି ନଗର ଅଞ୍ଚଳର ସଂଜୀବ ପାଣିଗ୍ରାହୀଙ୍କ ଘରେ ଭଡା ରହୁଥିବା ଏଲ ଆଇ ଡିଭିଜନର କର୍ମଚାରୀ ଦିଲ୍ଲୀପ କୁମାର କରଙ୍କ ଘରୁ କେହି ଜଣେ ଦୁର୍ବୃତ୍ତ ଘରର ଗ୍ରୀଲ ଓ ଲୁହା ଆଲମିରା ଭାଙ୍ଗି ତାଙ୍କ ଘରୁ ସୁନାର କାନ ଫୁଲ ୫ସେଟ, ଚେନ୍ ଗୋଟିଏ, କିଛି ସୁନା ଲକେଟ ସମୁଦାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନାଗହଣା ସହ ନଗଦ ୧୫,୫୦୦ ଟଙ୍କା ଚୋରି କରି ନେଇଥିବା ଜଣାଯାଇଛି । ଆଜି ସକାଳେ ଏ ନେଇ ସୋନପୁର ଥାନାରେ ଶ୍ରୀ କର ଅଭିଯୋଗ କଲା ପରେ କେଶ ନମ୍ବର ୦୧୩୦ ଆଧାରରେ ତଦନ୍ତ କରି ଅଫିସର ଭାବରେ ସବ୍ ଇନିସ୍ପେକ୍ଟର ସସ୍ମିତା ଭୁତୀଆ ଏ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଘଟଣା ସ୍ଥଳରେ ଡଗ୍ ସ୍କ୍ୱାଡ, ଫୋରେନସିକ ଟିମ ପହଂଚି ଅଧିକ ତଦନ୍ତ କରି ଖୁବ ଶୀଘ୍ର ଏ ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ମିସ ଭୂତିଆଙ୍କ ଠାରୁ ସୂଚନା ମିଳିଛି ।