୪ ମଦ୍ୟପ ଗାଡି ଚାଳକଙ୍କୁ କୋର୍ଟ ଚାଲାଣ

0 64

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ନୂଆପଡା ପକ୍ଷରୁ ମଙ୍ଗଳବାର ଅମ୍ବେଦକର ଛକଠାରେ ଗାଡ଼ି ଯାଞ୍ଚ କରାଯାଇଥିଲା । ଗାଡି ଚାଳକଙ୍କ ଠାରୁ ୫,୦୧୦୦୦ ଟଙ୍କା ଜରିମାନା ଆଦାୟ ସହ ଚାରି ମଦ୍ୟପ ଗାଡି ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି । ମଦ୍ୟପାନ କରି କୋର୍ଟ ଚାଲାଣ ହୋଇଥିବା ଯୁବକମାନେ ହେଲେ ହେରାମ୍ବ ମାଝୀ (୨୨) ବୋଡେନ ବ୍ଲକ ଗ୍ରାମ ସୁକଲ ପୁର, ମହେନ୍ଦ୍ର ଭାଟି (୩୭) ବଲାଙ୍ଗୀର ଜିଲ୍ଲା ବିଲା ଗ୍ରାମର, ଶମ୍ଭୁ ସୁନା (୪୩) ଖଡ଼ିଆଳ ଛେଳିଆ ପଡା, ଉପେନ୍ଦ୍ର କାଳେ ବଲାଙ୍ଗୀର ଜିଲ୍ଲା ନଙ୍ଗଳା ଜୁରୀ ଗ୍ରାମର । ସେହିପରି ତିନି ଜଣ ନାବାଳଙ୍କୁ ୨୬ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ବେଳେ ସେମାନଙ୍କ ବାପାମାନଙ୍କ ନାମରେ ମାମଲା ରୁଜୁ ହୋଇଥିବା ଆଞ୍ଚଳିକ ପରିବହନ ବିଭାଗ ନୂଆପଡା ସୂତ୍ରରୁ ଜଣାପଡ଼ିଛି । ପରିବହନ ବିଭାଗ ଅଧିକାରୀ ବିଜୟ କୁମାର ବେଉରା ଓ ତାଙ୍କ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିବାବେଳେ ପୁଲିସ ପକ୍ଷରୁ ଏସଆଇ ରାଜେଶ ଅଗସ୍ତି, ଏସଆଇ ଦେବେନ୍ଦ୍ର ବିନ୍ଧାଣି, ଏସଆଇ ଦୁର୍ଗା ପ୍ରସାଦ ସାହୁ, ଏଏସଆଇ ରେବତୀ ଦୁର୍ଗା ସମେତ ବହୁ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

5 × one =