ଓଡିଶାକୁ ସଶକ୍ତ କରିବ ମିଶନ ଶକ୍ତି

0 188

ଦଶପଲ୍ଲା :ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ରଙ୍ଗଣୀପାଟଣାଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ କରିବା ସହ ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ସଶକ୍ତ ଓଡ଼ିଶାର ବାର୍ତ୍ତା ଦେବ ମିଶନ ଶକ୍ତି ବୋଲି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ କହିଛନ୍ତି ।
ବିଶେଷ କରି ମହିଳା ସଶକ୍ତିକରଣ କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ । ଓଡିଶା ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିଛି । ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମା’ ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି । ପଞ୍ଚାୟତ ପ୍ରାଙ୍ଗଣରେ ମିଶନ ଶକ୍ତି ଗୃହକୁ ଫିତା କାଟି ଉଦଘାଟନ କରି ଗାଁ କୁ କାମ ଓ ମାଙ୍କୁ ସମ୍ମାନ ଦେବା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାହା ସଫଳ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ସାରା ଓଡ଼ିଶାର ୪ କୋଟି ଲୋକଙ୍କ ମଧ୍ୟରୁ ୭୦ ଲକ୍ଷ ମା ମାନଙ୍କୁ ଆତ୍ମନିର୍ଭରଶୀଳ କରାଇଥିବାବେଳେ ସେମାନଙ୍କ ପାଇଁ ଆଜି ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରି ମା ମାନଙ୍କର ବିଶ୍ୱାସଭାଜନ ହୋଇପାରିଛନ୍ତି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡ଼ିଓ ସ୍ୱାତିଲେଖା ଦାସ, ସହକାରୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ସରପଞ୍ଚ ସସ୍ମିତା ପାତ୍ର, ସମିତି ସଭ୍ୟ ସସ୍ମିତା ଶୁକ୍ଳ, ସେବା ସମବାୟ ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନ, ବିଭୁ ସାହୁ ଓ ଶତାଧିକ ମହିଳା ଉପସ୍ଥିତ ଥିଲେ । କୈଳାଶ ପାତ୍ର, ରମେଶ ସାହୁ, ବାଳକୃଷ୍ଣ ପଣ୍ଡା, ବିଦ୍ୟାଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × one =