ବାଲିଗୁଡ଼ାରେ ମହା ଆଡ଼ମ୍ବରରେ ଘୋଷଯାତ୍ରା ପାଳିତ

0 403

ବାଲିଗୁଡ଼ା: ଆଜି ବିଶ୍ୱ ନିୟନ୍ତା ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ସାଥିରେ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ମା ସୁଭଦ୍ରାଙ୍କୁ ସାଥିରେ ନେଇ ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ୟ ମହାପ୍ରଭୁଙ୍କ ଘୋଷଯାତ୍ରା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ରଥଯାତ୍ରାକୁ ନେଇ ବାଲିଗୁଡ଼ା ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ହୋଇ ରଥାରୁଢ଼ ହୋଇଥିଲେ । ପରେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଯଥା ବିଧି ଅନୁସାରେ ତିନି ରଥରେ ଛେରାପହଁରା କରିଥିଲେ । ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ବେଶ୍‌ ଆନନ୍ଦ ଉଲ୍ଲାସର ସହ ତିନି ରଥକୁ ଟାଣି ନେଇଥିଲେ ଭକ୍ତ । ନିର୍ଦ୍ଧାରିତ ସମୟରେ ମାଉସୀ ମା’ ମନ୍ଦିରରେ ପହଁଚିଲେ ମହାପ୍ରଭୁ । ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରହିଥିଲା । ମନ୍ଦିର ଟ୍ରଷ୍ଟି ସମେତ ସହରର ବିଭିନ୍ନ ସଙ୍ଗଠନର ସଦସ୍ୟମାନେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 + five =