କିଶୋରାବସ୍ଥାର ସ୍ୱାସ୍ଥ୍ୟ ଓ ବିକାଶର ଅଧିକାର ସଂପର୍କରେ ଜ୍ଞାନ ଆଦାନ ପ୍ରଦାନ କର୍ମଶାଳା

0 66

ବଲାଙ୍ଗୀର: ୱାଇସିଡିଏ ବାଉଁଶୁଣୀର ଆୟୋଜନରେ ତଥା ଅଜିମ ପ୍ରେମଜୀ ଫାଉଣ୍ଡେସନର ସହଯୋଗରେ କିଶୋରାବସ୍ଥାର ସ୍ୱାସ୍ଥ୍ୟ ଓ ବିକାଶର ଅଧିକାର ସଂପର୍କରେ ଜ୍ଞାନ ଆଦାନ ପ୍ରଦାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ହୋଟେଲ ତ୍ରିବେଣୀର ସଭାକକ୍ଷରେ ଆୟୋଜିତ ଏହି କର୍ମଶାଳାର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ମଂଚାସୀନ ହୋଇଥିଲେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଲଳିତ କୁମାର ଶବର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଲକ୍ଷ୍ମୀ ସିଂ, ଲୋଇସିଂହା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ପ୍ରଜ୍ଞା ବାରିକ, ବୌଦ୍ଧ ଜିଲ୍ଲା ଜେଣ୍ଡର୍‌ ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା, ବୌଦ୍ଧ ଜିଲ୍ଲାର ଆଦ୍ରିଜା ସଂଯୋଜିକା ପ୍ରତିଜ୍ଞା ଦାସ ।
ଉତ୍କଳ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଭାସ୍ୱତୀ ପଟ୍ଟନାୟକ ଓ ଗବେଷଣା ସହକାରୀ ଶ୍ରୀମନ୍ତ ଖୁଣ୍ଟିଆ ଏହି ପ୍ରକଳ୍ପ ସଂପର୍କରେ କାର୍ଯ୍ୟ ଅଗ୍ରଗତିର ସୂଚନା ଦେଇ ଗତ ତିନି ବର୍ଷ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ୧୦୦ ଟି ଗ୍ରାମ, ୩୧୯ଟି ଉଡାନ କ୍ଲବ ମାଧ୍ୟମରେ କିଶୋର କିଶୋରୀ ଛାତ୍ରଛାତ୍ରୀ, ସେମାନଙ୍କ ମାତାପିତା, ଶିକ୍ଷକ ତଥା ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଇଥିଲା । ମାସିକ ଋତୁଚକ୍ର ସ୍ୱାସ୍ଥ୍ୟ ଓ ଶରୀରର ପରିବର୍ତ୍ତନର ସୂଚନା ତଥା ସ୍ୱାସ୍ଥ୍ୟର ଯତ୍ନ ସଂପର୍କରେ ତିନି ବର୍ଷର କାର୍ଯ୍ୟକ୍ରମ ପରେ ବହୁ ପରିବର୍ତ୍ତନ ଆସିଥିବା ତଥା କିଶୋର କିଶୋରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବଢୁଥିବା ଓ ଏହା ଆହୁରି ଅଧିକ ବଢିବାରେ ସମ୍ଭାବନା ଉପରେ ସମସ୍ତେ ଗୁରୁତ୍ୱ ଆରୋପ କରିଥିଲେ ।
ସୁରେଶ ପଧାନ କର୍ମଶାଳା ପରିଚାଳନା କରିଥିବା ବେଳେ ଆନନ୍ଦିନୀ ରଥ, ସୁବ୍ରତା ଜେନା ଓ ଆନିଗା ଥୋମାସ ଓ ଲିଜି ମୋଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ସହଯୋଗୀ ସଂଗଠନ ଯଥା ପଲ୍ଲୀଆଲୋକ ପାଠାଗାର ସଂପାଦକ ପ୍ରଶାନ୍ତ କୁମାର ନାୟକ, କାର୍ଯ୍ୟକ୍ରମ ସଂଯୋଜକ ହୀରାଲାଲ ମିଶ୍ର, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉଡାନ କ୍ଲବ ତରଫରୁ ସତୁରୀରୁ ଅଧିକ ବାଳିକା, ଆଶା କର୍ମୀ, ଶିକ୍ଷକ ଓ ଅଭିଭାବକମାନେ ଅଂଶଗ୍ରହଣ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

2 + 15 =