ବାଲିଗୁଡ଼ା:ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଗ୍ରାମରେ ବାରମ୍ବାର ଭୂସ୍ଖଳନ ଯୋଗୁଁ ଗ୍ରାମବାସୀ ମାନେ ବିପଦ ସଂକୁଳ ଅବସ୍ଥାରେ ଗ୍ରାମରେ ରହୁଛନ୍ତି । ଭୂସ୍ଖଳନ ସ୍ଥାନକୁ ପ୍ରଶାସନ ନିଜ ଅକ୍ତିଆରକୁ ନେଇ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ପ୍ରଶାସନ ତରଫରୁ ସେମାନଙ୍କୁ ରହିବା ପାଇଁ ଯେଉଁ ସ୍ଥାନ ଚିହ୍ନଟ କରାଯାଇଛି, ସେହି ସ୍ଥାନଟିକୁ ଗ୍ରାମବାସୀମାନେ ସୁରକ୍ଷିତ ମନେ କରୁନଥିବା ସହିତ ଉକ୍ତ ଜମି ଟି ର ସ୍କେଚ ମ୍ୟାପରେ ତାହା ମଣିଷ ବାସ କରିବା ସ୍ଥାନ ନୁହେଁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷିତ ଭାବେ ରହିବା ପାଇଁ ପ୍ରଶାସନ ତରଫରୁ ସ୍ଥାୟୀ ସୁରକ୍ଷିତ ଜମି ଚିହ୍ନଟ କରି ସେମାନଙ୍କୁ ଯୋଗାଇବାକୁ ଆଜି ଗ୍ରାମବାସୀମାନେ କନ୍ଧମାଳ ଜିଲ୍ଲା ଡଃ ଆଶିଷ ଈଶ୍ୱର ପାଟିଲଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଅଭିଯୋଗ ପତ୍ର ଗ୍ରହଣ କରି ନିଜେ ଘଟଣା ସ୍ଥଳ ପରିଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶୃତି ଦେଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।