ସମ୍ବଲପୁର: କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର କୁଚିଣ୍ଡା ଉପଖଣ୍ଡକୁ ନେଇ ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ଜରୁରୀ ବୈଠକ କୁଚିଣ୍ଡା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଚିଣ୍ଡା ଉପଖଣ୍ଡକୁ ନେଇ ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ବହୁବାର ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଦାବି କରାଯାଇଥିଲା ଓ ଏହାକୁ ପୁନର୍ବାର ଦୋହରାଇ କୁଚିଣ୍ଡାକୁ ଜିଲ୍ଲା ଗଠନରେ ରାଜ୍ୟ ସରକାର ଟାଳଟୁଳ କଲେ ଭାଜପା ପକ୍ଷରୁ ଆନ୍ଦୋଳନ ତୀବ୍ରତର କରିବା ପାଇଁ ନଷ୍ପତ୍ତି ନେବାସହ ପରେ ଭାଜପା ପକ୍ଷରୁ କୁଚିଣ୍ଡା ଉପଖଣ୍ଡକୁ ତୁରନ୍ତ ଜିଲ୍ଲାର ମାନ୍ୟତା ଦାବୀ ନେଇ ଆଗାମୀ ୨୧ ଡିସେମ୍ବର ବୁଧବାର ଦିନ ୧୧ଟା ସମୟରେ ଏକ ଶୋଭାଯାତ୍ରା ମାଧ୍ୟମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ କୁଚିଣ୍ଡା ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଯିବାପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ପୂର୍ବତନ ବିଧାୟକ କୁଚିଣ୍ଡା ତଥା ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ରବିନାରାୟଣ ନାଏକ, ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲାଇକେରା, ସମ୍ବଲପୁର ଜିଲ୍ଲା ସାଧାରଣ ସମ୍ପାଦକ ସୁଶିଲ କୁମାର କର, ବାମରା ବ୍ଲକ ଅଧ୍ୟକ୍ଷା, କୁଚିଣ୍ଡା ଏନ୍ଏସି ସଭାପତି, ଜମନକିରା, ବାମରା ଓ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ସବୁ ମଣ୍ଡଳର ସଭାପତିଗଣ ଉପସ୍ଥିତ ଥିଲେ ।