ଚଣ୍ଡିଖୋଲ : ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ସୋମବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଗତ କିଛି ବର୍ଷ ହେବ ତାଙ୍କର ୨ଟି କିଡନୀ ସଂକ୍ରମଣ ହେବାରୁ ସେ ଅସୁସ୍ଥ ହୋଇ ଚିକିତ୍ସତ ହୋଇ ଆସୁଥିଲେ । ଗତ କିଛି ଦିନ ତଳେ ଚଣ୍ଡିଖୋଲ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ । ଯାହାକି ଉନ୍ନତ ଚିକିତ୍ସା ପାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୋହନଙ୍କ ଦେହାନ୍ତ ଖବର ଶୁଣିବା ପରେ ତାଙ୍କର ଜନ୍ମମାଟି ବଡଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମସହ ବଡଚଣା ନିର୍ବାଚନମଣ୍ଡଳୀ ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଗୌତମ ରାୟ, ଉପ ସଭାପତି ଧୀରେନ୍ଦ୍ର ରାଉତ ସଧାରଣ ସମ୍ପାଦକ ପ୍ରମୋଦ ଜେନା, ଦେବଯାନୀ ପ୍ରଧାନ, ସରପଞ୍ଚ ଅଂଜୁଲତା ସ୍ୱାଇଁ, ରମେଶ ପୃଷ୍ଟି, ଜ୍ଞାନରଂଜନ ସାହୁ, ପୂର୍ବତନ ସରପଞ୍ଚ ନୀଳମଣି ରାଉତ, ଅକ୍ଷୟ କୁମାର ସ୍ୱାଇଁ, ବଡଚଣା ବିଜେଡି ନେତା ତଥା ପ୍ରାକ୍ତନ ବ୍ଲକ ସଭାପତି ପଂଚାୟତ ସମିତି ସଭାପତି କୈଳାସ ଚନ୍ଦ୍ର ରାଉତ, ପ୍ରଦୀପ ଜେନା, ପ୍ରଦୀପ ଧଳ, ସାମ୍ବାଦିକ ତଫିରଉଦ୍ଦିନ ଖାନ, କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ପ୍ରାକ୍ତନ ଜିଲ୍ଲା ପରିଷଦ ଯୋଗେନ୍ଦ୍ର ନାୟକ ବିଜେପି ନେତା ତଥା ରାଜ୍ୟକାର୍ଯ୍ୟକାରିଣୀ ସଭ୍ୟ ରମାକାନ୍ତ ରାଉତ, ବଡଚଣା ବିଜେପି ନେତା ଅମର ନାୟକ ପ୍ରମୁଖ ସ୍ୱର୍ଗତ ମୋହନଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।