ନୂଆସାହି ଓ ମାଳିକାପୋଡି ଚର୍ଚ୍ଚରେ ପାଳିତ ହେଲା ଖ୍ରୀଷ୍ଟ ମାସ ସ୍ୱାଗତ କାର୍ଯ୍ୟକ୍ରମ

0 85

ଘୁ ଉଦୟଗିରି: ଆସିଲା ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ହୋଇଥିବା ମାସର ପାଳନ ପର୍ବ । ପ୍ରତ୍ୟେକ ବର୍ଷ ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଜନସାଧାରଣ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ବା ବଡ଼ଦିନ ପୂର୍ବରୁ ପ୍ରାକ୍‌ ଖ୍ରୀଷ୍ଟ ମାସ ଉତ୍ସବ ପାଳନ କରିଥାନ୍ତି । ଡିସେମ୍ବର ମାସ ପ୍ରବେଶ ମାତ୍ରେ ବିଭିନ୍ନ ଚର୍ଚ୍ଚ ମାନଙ୍କରେ ସାଜସଜା ହୋଇଥାଏ ,ବିଭିନ୍ନ ପ୍ରକାର ଆଲୋକ ମାଳାରେ ଆଲୋକିତ କରି ଆନନ୍ଦର ସହିତ ପ୍ରାକ୍‌ ଖ୍ରୀଷ୍ଟ ମାସ ପାଳନ କରିଥାନ୍ତି । ଏହି କ୍ରମରେ ସ୍ଥାନୀୟ ନୂଆସାହି ଓ ମାଲିକାପଡ଼ି ବାଟିଷ୍ଟ ଚର୍ଚ୍ଚରେ ବଡ଼ଦିନକୁ ସ୍ୱାଗତ ଓ ସମସ୍ତଙ୍କୁ ଶୁଭେଚ୍ଛା ଶୁଭକାମନା ଜଣେଇବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚର୍ଚ୍ଚ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କେକ୍‌ କାଟି ଏହି ଡିସେମ୍ବର ମାସକୁ ସ୍ୱାଗତ କରିବା ସହିତ ଯୀଶୁଖ୍ରୀଷ୍ଟଙ୍କ ଠାରେ ପ୍ରାର୍ଥନା କରିଥିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ । ବାଇବଲ କୁହେ “ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି”(କୁକ ୨:୧୦) । ଏହି ଅବସରରେ ନୂଆସାହି ଚର୍ଚ୍ଚରେ ମହମ୍ମଦ ସାଫି ପବିତ୍ର ଧର୍ମଶାସ୍ତ୍ରରୁ ଆନନ୍ଦ ଜନକ ସୁସମାଚାର ପ୍ରକାଶ କରିଥିବା ବେଳେ ମାଲିକାପଡ଼ି ଚର୍ଚ୍ଚରେ ରାଇକିଆରୁ ଆସିଥିବା ପାଳକ ଏଲିଆସ ନାୟକ ବାଇବଲରେ ଲିଖିତ ବାକ୍ୟ ବିଶ୍ଳେଷଣ କରିଥିଲେ । ଶେଷରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ପରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

hiranchal ad1
Leave A Reply

Your email address will not be published.

two × three =