ବୀମା ଦାବିରେ ରେଳ ଧାରଣା ଉପରେ ଚାଷୀ

0 209

ବଲାଙ୍ଗୀର : ରେଳ ଧାରଣାରେ ପ୍ରାୟ ୫ହଜାର ଚାଷୀ ବସିଛନ୍ତି । ଜୟ କିଷାନ ନାରାରେ କମ୍ପୁଛି ଟିଟିଲାଗଡ ରେଳ ଷ୍ଟେସନ । ରେଳ ଯାତାୟତ ଠପ୍‌ ହୋଇଯାଇଛି । ୨୦୨୧ ଖରିଫ୍‌ କୃଷିବୀମା ଦେବାରେ ବିଳମ୍ବ ନେଇ ଚାଷୀ ଅସନ୍ତୋଷ ସୀମା ଟପିଛି । ଅନ୍ୟ ପଟେ ପ୍ରତିଶୃତି ପୂରଣ କରିବାରେ ଏକାଧିକ ବାର ବିଫଳ ହୋଇଛି ପ୍ରଶାସନ । ୯୦ଟି ପଞ୍ଚାୟତର ହଜାର ହଜାର ଚାଷୀ ପ୍ରିମିୟମ ଦେଇ ମରୁଡି ସତ୍ତେ୍ୱ ଆଜିଯାଏ ବୀମା କ୍ଷତିପୂରଣ ପାଇନାହାଁନ୍ତି । ଜିଲ୍ଲା କୃଷକ ମହାସଂଘ ଡାକରାରେ ଆଜି ସକାଳ ୯ଟାରୁ ଟିଟିଲାଗଡ ଅନିର୍ଦ୍ଦିଷ୍ଟ କାଳ ରେଳ ରୋକ୍‌ ପାଇଁ ଜିଲ୍ଲାର ଚାଷୀ ଏକତ୍ରୀତ ହୋଇ ଆନ୍ଦୋଳନ କରୁଛନ୍ତି । ପୂର୍ବରୁ ମଧ୍ୟ ସମାନ ଦାବୀରେ ବଲାଙ୍ଗୀର, ଟିଟିଲାଗଡ ଓ ଲାଠୋର ଠାରେ ରେଳରୋକ ଆନ୍ଦୋଳନ କରାଯାଇଥିଲା । ଏ ଅବସରରେ କେନ୍ଦ୍ର ଓ ରାଜା ସରକାର ତଥା ବୀମା କମ୍ପାନୀ ଏନ୍‌ଏଏସ୍‌ ବିରୁଦ୍ଧରେ ଗର୍ଜିଛନ୍ତି ଜିଲ୍ଲା କୃଷକ ମହାସଂଘ ସଭାପତି ଯତି ପଧାନ, ସଂପାଦକ ସୌମେନ୍ଦ୍ର ପରିଚ୍ଛା ଓ ଅନ୍ୟମାନେ । ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରି ଏ ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ମହାସଂଘ ସଂଯୋଜକ ମଧୁସୂଦନ କ୍ଷେତି । ଅତ୍ୟାଚାର ସୀମା ଟପିଲେ ବିପ୍ଳବ ହୁଏ । ଧୈର୍ଯ୍ୟହରା ଚାଷୀ ଆଉ ପ୍ରତିଶୃତିରେ ସନ୍ତୁଷ୍ଟ ନୁହଁନ୍ତି । ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ପୋଲିସ ଓ ରେଳ ସୁରକ୍ଷା ବାହିନୀ ମୃତୟନ ଅଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ । କୌଣସି ସମାଧାନ ସୂତ୍ର ମଧ୍ୟ ବାହାରି ନାହିଁ ।

hiranchal ad1
Leave A Reply

Your email address will not be published.

1 × two =