“ଅସଭ୍ୟ ନଗର ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

0 135

ନବରଙ୍ଗପୁର : ଅନୁବାଦିକା ତଥା ଅଧ୍ୟାପିକା ନୀହାରିକା ମଲ୍ଲିକଙ୍କ ଓଡ଼ିଆ ଅନୁସୃଜନ “ଅସଭ୍ୟ ନଗର ଓ ଅନ୍ୟାନ୍ୟ ଗଳ୍ପ’ ସ୍ଥାନୀୟ ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ହିନ୍ଦୀ ସାହିତ୍ୟର ବିଶିଷ୍ଟ କଥାକାର ରାମେଶ୍ୱର କାମ୍ବୋଜ ହିମାଂଶୁ ଙ୍କ ମୂଳ ରଚିତ ଏହି ପୁସ୍ତକ ମଧ୍ୟରେ ଅଣଚାଶ ଗୋଟି ଗଳ୍ପ ରହିଛି । ଚେତନା ସ୍ତରରେ ଏଇ ଅଣୁ ଗପ ଗୁଡ଼ିକ ଗୋଟାଏ ଗୋଟାଏ ବିଜୁଳି ସଦୃଶ୍ୟ ଚମତ୍କାରିତା ବହନ କରେ । ଅନୁବାଦିକାଙ୍କ ଏଇ ପଞ୍ଚମ ସୃଷ୍ଟି ଓଡ଼ିଆ ସାହିତ୍ୟ ଜଗତରେ ଯେତିକି ପ୍ରବେଶ କରିବାର ଦାବୀ ରଖେ ତା’ଠୁ ଅଧିକ ଓଡ଼ିଆ ପାଠକର ମନ ହୃଦୟକୁ ଜିଣିବାର ଆସ୍ପର୍ଦ୍ଧା ରଖେ । ଏହି ସାରସ୍ୱତ ଉନ୍ମୋଚନ ପର୍ବରେ ଯୁବ ପ୍ରାବନ୍ଧିକ ତଥା ଡି.ଏସ.ପି. ଚନ୍ଦ୍ର ଶେଖର ହୋତା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗାଳ୍ପିକ ଅଶୋକ ପଟ୍ଟନାୟକ ଏବଂ କବି, ଗବେଷକ ବୁଲୁ ହୋତା ଯୋଗଦେଇ ଅନୁବାଦିକା ମଲ୍ଲିକଙ୍କ ଭୂୟସୀ ପ୍ରଶଂସା କରିଥିଲେ । ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ଅଧ୍ୟାପିକା ମଲ୍ଲିକଙ୍କ ଭବିଷ୍ୟତ ପାଇଁ ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ ଏବଂ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସାହିତ୍ୟ ସହ ଜଡିତ ରହିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଶ୍ରୀମତି ମଲ୍ଲିକ ନିଜ ଲେଖକିୟ ବାର୍ତ୍ତା ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

9 + 20 =