ଫୁଲବାଣୀ :- ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ପଞ୍ଚାୟତ ସ୍ଥରରେ କ୍ରୀଡାକୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି । ସେହିପରି ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡ଼ା ଠାରେ ମଧ୍ୟ ବିଶିପଡା ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କବାଡ଼ି, ଫୁଟବଲ,ବ୍ୟାଡମିଣ୍ଟନ୍ ଓ ଖୋ ଖୋ ଆଦି ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଗତ ୩/୧/୨୦୨୩ ଠାରୁ ଆରମ୍ଭ ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ସ୍ଥାନୀୟ ସରପଞ୍ଚ ସାକାଳୀ କହଁର, ଚେୟାରମ୍ୟାନ ସସ୍ମିତା କହଁର, ମୁଖ୍ୟ ଅତିଥି ଭାବରେ ବିଡିଓ ପ୍ରବିଣ କୁମାର ବାଣୁଆ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଆରଏସ କୃଷ୍ଣ ଚନ୍ଦ୍ର ସାହୁ, ନାୟବ ସରପଞ୍ଚ ସଞ୍ଜୀବ କୁମାର ଦିଗାଲ, ପିଓ ସୁବ୍ରତ ମଲ୍ଲିକ, ୱାର୍ଡ ମେମ୍ବର ପ୍ରତିମା ସାହାଣୀ ଓ ଶରତ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଲୁକ୍କାୟିତ ହୋଇ ରହିଥିବା ଖେଳାଳୀ ମାନଙ୍କୁ ଲୋକଲୋଚନକୁ ଆଣିବା ବୋଲି ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟ ରଖିଥିଲେ ।