ବୌଦ୍ଧ : ବୌଦ୍ଧ ବ୍ଲକ ୨୦୦୫ମସିହା ବ୍ୟାଚ ଶିକ୍ଷକମାନଙ୍କ କୋର ଟିମର ଏକ ବୈଠକ ରାଜ୍ୟସଂଘ ଉପସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ବ୍ରିଜଛକ ନିକଟସ୍ଥ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ସହଯୋଗରେ ବିଦ୍ୟାଳୟମାନଙ୍କୁ ଜମି ପଟ୍ଟା ଦିଆଯାଉଥିବାରୁ ଜିଲ୍ଲାପାଳ ତଥା ସମ୍ପୃକ୍ତ ଅଧିକରୀ ମାନଙ୍କୁ ସଂଘ ତରଫରୁ ପ୍ରଶଂସା କରାଯାଇଥିଲା । ଚାଲୁ ରହିଥବା ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଆବେଦନ କାର୍ଯ୍ୟରେ ସମସ୍ତ ଶିକ୍ଷକ ସହଯୋଗ କରିବାକୁ ନିବେଦନ କରାଯାଥିଲା । ଶିକ୍ଷକ ମାନଙ୍କର ବିଭିନ୍ନ ଆବଶ୍ୟକ ବକେୟା ଉପରେ ଆଲୋଚନା କରାଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଭାଗୀୟ କାର୍ଯ୍ୟକ୍ରମ ଯଥା ଶିକ୍ଷଣ ଶିକ୍ଷାଦାନ, ବିଦ୍ୟାଳୟ ପରିବେଶ ପରିସ୍କାର ପରିଚ୍ଛନ୍ନ ଓ ଏଫଏଲଏନ ଆଦି କାର୍ଯ୍ୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଗ୍ରହର ସହିତ କାମ କରିବାକୁ ଆଲୋଚନା କରାଯାଇଥିଲା । ସଂଘର ଦୃଢ଼ୀକରଣ ଦୃଷ୍ଟିରୁ ବିଭିନ୍ନ ସଂଘୀୟ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ପୂର୍ବତନ ବ୍ଲକ ସଭାପତି ରଶ୍ମିରଂଜନ ଦାଶ, ପୂର୍ବତନ ବ୍ଲକ ସଭାପତି ତଥା ସିଆରସିସି ରାଜକୁମାର ପ୍ରଧାନ, ସିଆରସିସି ସନ୍ତୋଷ କୁମାର ଶତପଥୀ, କୋର ଟିମ ସଦସ୍ୟ ଅଶୋକ କୁମାର ଘିବେଲା, ମୋହନ କରଡିଆ, ବିକାଶ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।