ଉତ୍କଳ ବିଦ୍ୱତ ପରିଷଦ ପୁରୀ ପକ୍ଷରୁ ସମୂହ ବ୍ରତୋପନୟନ

0 97

ପୁରୀ: ପୁରୀ ଶ୍ରୀ ଗୁଣ୍ଡିଚା ଭକ୍ତ ନିବାସ ଠାରେ ଉତ୍କଳ ବିଦ୍ୱତ ପରିଷଦ ପୁରୀ ପକ୍ଷରୁ ଶ୍ରୀ ଜଗନ୍ନାଥ ଧାମରେ ବ୍ରାହ୍ମଣ ବାଳକଙ୍କୁ ସମୂହ ବ୍ରତୋପନୟନ କରାଯାଇଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଗରିବ ଏବଂ ଅନାଥ ବ୍ରାହ୍ମଣ ବାଳକମାନେ ଯୋଗ ଦେଇଥିଲେ । ପଶ୍ଚିମ ବଙ୍ଗ, ଓଡିଶା ସମେତ ବିଭିନ୍ନ ରାଜ୍ୟରୁ ୨୨ଜଣ ବ୍ରାହ୍ମଣ ବାଳକଙ୍କ ସମୂହ ବ୍ରତୋପନୟନ କରାଯାଇଛି । ଏହି ସମୂହ ବ୍ରତୋପନୟନରେ ସମିଲ ହୋଇ ଅନେକ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମରେ ଏହି କାର୍ଯ୍ୟ ହୋଇଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ବ୍ରତୋପନୟନର ସମସ୍ତ ଖର୍ଚ୍ଚ ଉତ୍କଳ ବିଦ୍ୱତ ପରିଷଦ ବହନ କରୁଥିବା ବେଳେ ବିନା ମୂଲ୍ୟରେ ବ୍ରାହ୍ମଣ ବାଳକ ମାନଙ୍କ ବ୍ରତ କରି ସନାତନ ଧର୍ମର ରକ୍ଷା ସହ ସମୂହ ପ୍ରଚାର ପ୍ରସାର ହେବା ନେଇ ମତ ପ୍ରକାଶ ପାଇଛି । ସମୂହ ବ୍ରତୋପନୟନରେ ଯୋଗ ଦେଇଥିବା ବ୍ରହ୍ମଚାରୀମାନଙ୍କ ନିମନ୍ତେ ମହାପ୍ରସାଦ ସେବନ ସହ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରତ୍ୟେକ ବର୍ଷ ମଧ୍ୟ ଏହି ସମୂହ ବ୍ରତୋପନୟନ କାର୍ଯ୍ୟ ଜାରି ରହିବ ବୋଲି ମତ ଦେଇଛନ୍ତି ଉତ୍କଳ ବିଦ୍ୱତ ପରିଷଦର ଆବାହକ ମନୋଜ କୁମାର ରଥ ।

hiranchal ad1
Leave A Reply

Your email address will not be published.

eighteen − 12 =