ହରଭଙ୍ଗା: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ଅତ୍ୟଧିକ ପ୍ରଭାବ ବୌଦ୍ଧ ଜିଲ୍ଳା ହରଭଙ୍ଗା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ବର୍ଷା ଜାରି ରହିଛି ।ସେପଟେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି ।ହୀରାକୁଦ ରେ ଜଳ ନିଷ୍କାସନ ଦ୍ୱାରା ମହାନଦୀ ରେ ବନ୍ୟା ଜଳ ଆସି ବୌଦ୍ଧ ଜିଲ୍ଲା ତଳିଆ ଅଂଚଳ ହରଭଙ୍ଗା ବ୍ଲକ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୌଦ୍ଧଠାରେ ଜଳସ୍ତର ବିପଦ ସଂକେତ ୮୭.୮୦ ଥିବା ବେଳେ ଆଜି ୮୬.୭୦ ଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ମହାନଦୀ ଓ ଶାଖା ନଦୀ ଗୁଡିକ ଫୁଲିବାରେ ଲାଗିଛି ।ହରଭଙ୍ଗା ଅଞ୍ଚଳ ରେ ମହାନଦୀ ଦୁଇ କୁଳ ଖାଇ ପ୍ରବାହିତ ହେଉଛି ବନ୍ୟା ଜଳ ଏବଂ ଗାଁ ମୁଁହା ।ଜିଲ୍ଲାରେ ପ୍ରବାହିତ ତେଲ ନଦୀ, ଖଡଙ୍ଗ ନଦୀ, ବାଘ ନଦୀ ରେ ବନ୍ୟା ଜଳ ଆସି ହରଭଙ୍ଗାବ୍ଲକର ନଦୀ ଖଣ୍ଡି ଓ ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।ଫଳରେ ହରଭଙ୍ଗା, ଧଳପୁର, ରାମଗଡ, କରଡ଼ି, ହାଟଗାଁ, କୃଷ୍ଣ ମହୋନ ପୁର,ପ୍ରଗଳପୁର ଝରକ୍ଷସାହି ,କୁମାରୀ, ଅତଲସର, ମାରଡ଼ା, ଆଦି ପ୍ରାୟ ୩୧ ଟି ଗାଁ ର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହରଭଙ୍ଗା ମହାନଦୀ କୁଳ ରେ ମାଟି ଖସି ଦୁଇଟି ଘାଇ ସୃଷ୍ଟି ହୋଇଛି,ବନ୍ୟା ଜଳ ରେ ହଜାର ହଜାର ଏକର ଚାଷ ଜମି ପ୍ରଭାବିତ ହୋଇଛି ।ସେହିପରି ବନ୍ୟାଯୋଗୁଁ ଫୁଲବାଣୀ ଟିକରପଡା ପୂର୍ତ୍ତ ବିଭାଗ ର ଉଦଣ୍ଡି ନାଳ ଉପରେ ଆଠ ଫୁଟ ଉଚରେ ପାଣି ପ୍ରଭାହିତ ଯୋଗୁଁ ମାରଡକ୍ଷ ଗ୍ରାମଟି ଜଳ ବନ୍ଦୀ ହୋଇପଡିଛି ।କରଡି ଓ ପାଣି ଘରା ଗାଁ ମଧ୍ୟ ଜଳବନ୍ଦୀ ହୋଇ ପଡିଛି ।ଲଗାଣ ବର୍ଷା ଯୋଗୁଁ ଲାଂଡିବନ୍ଧ ଠାରେ ଥିବା ଗ୍ରୀଡ଼ ମଧ୍ୟ ପାଣି ଘେରରେ ଥିବା ଯୋଗୁଁ ଦୁଇ ଦିନ ହେବ ବିଦ୍ୟୁତ ସେବାରୁ ହରଭଙ୍ଗା ବ୍ଲକ ବାସୀ ବଞ୍ଚିତ ଅଛନ୍ତି ।ବ୍ଲକ ରେ ପାନୀୟ ଜଳ ଯୋଗାଣ ମଧ୍ୟ ଦୁଇଦିନ ହେବ ସମ୍ପୂର୍ଣ ବନ୍ଦ ହୋଇଯାଇଛି ।ଦିନ ମଜୁରିଆ ମାନେ ମଧ୍ୟ କୌଣସି କାମଧନ୍ଦା ନ କରି ଘରେ ବସି ରହିଛନ୍ତି । ଚାରିଛକ ସବ ଷ୍ଟେସନ ଭିତରେ ପାଣି,ବୌଦ୍ଧ ହରଭଙ୍ଗା ଜଗନ୍ନାଥ ସଡ଼କ ରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ଯୋଗା ଯୋଗ ବିଛିନ୍ନ ହୋଇପଡିଛି ।ଏଣୁ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡ଼ିତ ଲୋକ ମାନଙ୍କୁ ରିଲିଫ ଯୋଗାଇ ଦେବା ଶହ ଚାଷ ଜମିର କ୍ଷୟକ୍ଷତି ଆକଳନ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।