ଶିଶୁଗୃହର ଅନ୍ତେବାସୀଙ୍କ ସହ ନିଜ ଝିଅର ଜନ୍ମଦିନ ପାଳିଲେ ଜିଲ୍ଲାପାଳ

0 144

ସୁବର୍ଣ୍ଣପୁର : ସୋନପୁରର ଶିଶୁଗୃହଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ନିଜ ପରିବାର ସହ ଝିଅ “ରୁହି’ ର ଜନ୍ମଦିନକୁ ଶିଶୁଗୃହ ଅନ୍ତେବାସୀଙ୍କ ଗହଣରେ ପାଳନ କରିଛନ୍ତି । ଏହି ଖୁସି ମୁହୂର୍ତ୍ତରେ ଶିଶୁଗୃହର ଅନ୍ତେବାସୀ ଶିଶୁ ସମୂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଶିଶୁଗୃହ ସୁପରିଣ୍ଟେ୍‌ଡେଣ୍ଟ ମାଳତୀ ଜେନା, ହାଉସ ମଦର ସୁଜାତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଏତାଦୃଶ ପଦକ୍ଷେପକୁ ସହରବାସୀ ଖୁବ ପ୍ରଶଂସା କରିଥିବାବେଳେ ଶିଶୁଗୃହର ଅନ୍ତେବାସୀ ସମସ୍ତେ ମଧ୍ୟ ଖୁବ ଖୁସି ଅନୁଭବ କରିଥିଲେ ।

hiranchal ad1
Leave A Reply

Your email address will not be published.

17 + two =