ଗୋ ମାତା ହେଉଛନ୍ତି ସୁଖ ଓ ସ୍ୱାସ୍ଥ୍ୟର ଆଧାର: ଧର୍ମେନ୍ଦ୍ର ପ୍ରଧାନ

0 90

ପୋତାପାଲି/ସମ୍ବଲପୁର, ୨୨।୧ – ସନାତନୀ ହିନ୍ଦୁ ସମାଜର ଆସ୍ଥାର ପ୍ରତୀକ ହେଉଛନ୍ତି ଗୋ ମାତା । ମାନବ ସମାଜକୁ ଗୋ ମାତାର ଅବଦାନ ଅନେକ । ଗୋ ମାତା ସୁଖ ଓ ସ୍ୱାସ୍ଥ୍ୟର ଆଧାର ବୋଲି ବୁଧବାର ସମ୍ବଲପୁର ଜିଲ୍ଲା ପୋତାପାଲି ସ୍ଥିତ ‘ଶ୍ରୀକୃଷ୍ଣ ଗୌଶାଲା  ଅନୁଷ୍ଠାନର ୧୨୫ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  କହିଛନ୍ତି । 

hiring

ଶ୍ରୀକୃଷ୍ଣ ଗୌଶାଲା ପରିସରରେ ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ଭୂମିପୂଜନ ସହ ଶ୍ରୀ ରାଧାକୃଷ୍ଣ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଶ୍ରୀ ପ୍ରଧାନ  ଯୋଗ ଦେଇ କହିଥିଲେ, ଗୋ ମାତାର ଲାଳନପାଳନ ସହ ସେମାନଙ୍କ ସୁରକ୍ଷା ଦିଗରେ ‘ଶ୍ରୀ କୃଷ୍ଣ ଗୌଶାଲା’ ଅନୁଷ୍ଠାନର କାର୍ଯ୍ୟ ପ୍ରଶଂସନୀୟ।  ୧୯୪୦ ମସିହାରେ ଜଣେ ବଦାନ୍ୟ ବ୍ୟକ୍ତି ଏହି ଗୋଶାଳା ପାଇଁ ୬୦ ଏକର ଜମି ଦେଇଥିଲେ । ସେ ସମୟର ସ୍ଥିତିକୁ ଦେଖିଲେ ଏପରି ବଦାନ୍ୟତା ସମସ୍ତଙ୍କ ପାଖରେ ଦେଖିବାକୁ ମିଳେନାହିଁ।  ଗୋ ମାତା ଆମ ପରିବାରର ସୁଖ ଓ ସମୃଦ୍ଧିର ଆଧାର । ଗୋସେବା କେବଳ ସାମାଜିକ ଏବଂ ଆଧ୍ୟାତ୍ମିକ ବିଷୟ ନୁହେଁ, ଏହା ଆର୍ଥିକ, ପରିବେଶ ସୁରକ୍ଷା, ସାଂସ୍କୃତିକ ବିଷୟ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସଂସ୍କାରରେ ଗୋ ସେବା ଏକ ମହତ୍ୱପୂର୍ଣ୍ଣ ତତ୍ତ୍ୱ ଥିଲା । ଓଡ଼ିଶା ସାମାଜିକ ଜୀବନରେ ଗୋମାତା ପ୍ରତି ଅନନ୍ୟ ସମ୍ପର୍କ ରହିଛି । ଗୋ ସମ୍ପଦର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ । 

ଆମ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ମାଧ୍ୟମରେ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉଛି । ଜାତୀୟ ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଉତ୍ତରଦାୟୀ, ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ ହୋଇଛି । ରାଜ୍ୟରେ ସ୍କୁଲରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି । ଏହି ୧ କୋଟି ଛାତ୍ରଶକ୍ତିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

20 − two =