ଘୁ. ଉଦୟଗିରି ସମବାୟ ସମିତି ସଭାପତି ହେଲେ ଜମେଶ ପ୍ରଧାନ

0 100

ଘୁ. ଉଦୟଗିରି : ଘୁ. ଉଦୟଗିରି ଠାରେ ଥିବା ବୃହଦାକାର ବହୁମୂଖୀ ସମବାୟ ସମିତିର ବିଭିନ୍ନ ପଦ ପଦବୀ ଯଥା ଡାଇରେକ୍ଟର ଓ ସଭାପତି ଆସନ ନିମନ୍ତେ ନିର୍ବାଚନ ସରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଯେଉଁ ୧୫ ଜଣ ସଦସ୍ୟ ବା ଡାଇରେକ୍ଟରମାନେ ବିଭିନ୍ନ ମଣ୍ଡଳୀରୁ ନିର୍ବାଚିତ ହେବାପରେ ସେମାନେ ହିଁ ସେମାନଙ୍କ ମଧ୍ୟରୁ ଜଣକୁ ସମବାୟ ସମିତି ସଭାପତି ଭାବେ ନିର୍ବାଚିତ କରିଥାନ୍ତି । ସେହି ପ୍ରକ୍ରିୟାରେ ସ୍ଥାନୀୟ ସମବାୟ ସମିତି ସଭାପତି ଆସନ ନିମନ୍ତେ ନିର୍ବାଚିତ ସଦସ୍ୟ ମାନଙ୍କ ଦ୍ୱାରା ସଭାପତି ନିର୍ବାଚିତ ହେବାକୁ ଥିବାବେଳେ ସମବାୟ ସମିତି କମିଟି ସଭାପତି ଆସନ ନିମନ୍ତେ ୨୧ ତାରିଖ ଜମେଶ ପ୍ରଧାନ ଓ ସଚ୍ଚିଦାନନ୍ଦ ପ୍ରଧାନ ନିର୍ବାଚନ ଅଧିକାରୀ ବିଭୂଦତ୍ତ ପ୍ରଧାନଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉଭୟଙ୍କ ନାମାଙ୍କନ ପତ୍ର ଯାଞ୍ଚ୍‌ ପରେ କାଏମ ରହିଥିବା ବେଳେ ନିର୍ବାଚନ ସଂକେତ ପ୍ରଦାନ ସହ ୨୨ ତାରିଖ ଦିନ ୨ ଜଣ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା । ଆଜି ସକାଳ ୯ ଘଣ୍ଟିକା ଠାରୁ ୧୨ ଘଣ୍ଟିକା ପର୍ଯ୍ୟନ୍ତ ସମବାୟ ସମିତି କାର୍ଯ୍ୟାଳୟ ଠାରେ ନିର୍ବାଚନ ଅଧିକାରୀ ବିଭୂଦତ୍ତ ପ୍ରଧାନ, ଏଆରସିଏସ ପାଣୁ ଚରଣ ସାହୁ ଓ ଘୁ. ଉଦୟଗିରି ସମବାୟ ସମିତି ଏମଡି ଶିଶିରକାନ୍ତ ତ୍ରିପାଠୀଙ୍କ ଉପସ୍ଥିତିରେ ୧୫ ଜଣ ସଦସ୍ୟ/ଡାଇରେକ୍ଟରଙ୍କ ମଧ୍ୟରୁ ଜଣେ ଭୋଟର ଶାରୀରିକ ଅସୁସ୍ଥତା କାରଣରୁ ଭୋଟ ଦେଇନଥିବା ବେଳେ ୧୪ ଜଣ ଭୋଟ ଦେଇଥିଲେ । ଭୋଟ ଗ୍ରହଣ ସମୟ ସୀମା ସରିବା ପରେ ନିର୍ବାଚନ ଅଧିକାରୀ ଭୋଟ ଗଣନା କରିଥିଲେ । ଆଜିର ଏହି ସମବାୟ ସମିତି ସଭାପତି ଆସନରେ ସଚ୍ଚିଦାନନ୍ଦ ପ୍ରଧାନ ୬ ଖଣ୍ଡ ଭୋଟ ପାଇଥିବା ବେଳେ ଜମେଶ ପ୍ରଧାନ ୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ନବ ନିର୍ବାଚିତ ସଭାପତି ଜମେଶ ପ୍ରଧାନ ବିଜୟୀ ହେବାପରେ ସମିତି ଏମଡି ଶିଶିରକାନ୍ତ ତ୍ରିପାଠୀ ଫୁଲମାଳ ଦେଇ ସମ୍ମାନିତ କରିବା ପରେ ସମସ୍ତ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣେଇଥିଲେ । ଯଶିତ ପ୍ରଧାନ ଉଭୟ ପୂର୍ବତନ ସଭାପତି ସଚ୍ଚିଦାନନ୍ଦ ପ୍ରଧାନ ଓ ନବନିର୍ବାଚିତ ସଭାପତି ଜମେଶ ପ୍ରଧାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଆଜିର ନିର୍ବାଚନରେ ଉପସ୍ଥିତ ରହିଥିବା ସଦସ୍ୟମାନେ ହେଲେ ସାହେବ କହଁର, ବିବେକାନନ୍ଦ ପ୍ରଧାନ, ଦ୍ୱିଜେନ୍ଦ୍ରନାଥ ପ୍ରଧାନ, ମାୟାବନ୍ଧୁ ପ୍ରଧାନ, ବୀରେନ୍ଦ୍ର ପ୍ରଧାନ, ବକ୍ସି ମଲିକ, ଶ୍ରୀମତୀ ଲିଲିମା ପ୍ରଧାନ, ଯୋଷଦା ପ୍ରଧାନ,ରୁନୁମା ପ୍ରଧାନ, କିଶୋର ଚନ୍ଦ୍ର ପ୍ରଧାନ, ଯୋଶିତ କୁମାର ପ୍ରଧାନ,ବାକିରାମ ନାୟକ ।
ଶେଷରେ ସଭାପତି ନିଜ ପ୍ରତିକ୍ରିୟା ଦେଇ କହିଥିଲେ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତିର ଉନ୍ନତି ଦିଗରେ କାମ କରିବାକୁ ଯଥା ସମ୍ଭବ ଚେଷ୍ଟା କରିବି । ନିର୍ବାଚନ ପ୍ରକ୍ରିୟାରେ ସମିତି କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ସରିଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

3 × five =