ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ!
ଡାକ୍ତରଙ୍କ ବିନା ପରାମର୍ଶରେ ରୋଗୀଙ୍କୁ ଦିଆଯାଉଛି ଔଷଧ

0 92

ଖପ୍ରାଖୋଲ : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ତଥା ଚିକିତ୍ସା କ୍ଷେତ୍ରରେ ଅଧିକ ଉନ୍ନତି ଆଣି ଏହାକୁ ସମୟୋପଯୋଗୀ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେ ଦିଗରେ କାର୍ଯ୍ୟ କରୁଥିବା ବେଳେ କିଛି ଅସାଧୁ ଓ ଦାୟିତ୍ୱହୀନ କର୍ମଚାରୀଙ୍କ ପାଇଁ ସଂପୃକ୍ତ ହସପିଟାଲ ତଥା ସରକାରଙ୍କୁ ବଦନାମ ମୁଣ୍ଡାଇବାକୁ ପଡ଼ୁଛି । କିଛି ନର୍ସ,ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଓ ମନୋମୁଖୀ କାର୍ଯ୍ୟକଳାପ ଯୋଗୁ ଅବ୍ୟବସ୍ଥା ସୀମା ଟପୁଛି ଏବଂ ରୋଗୀ ଓ ସେମାନଙ୍କର ଦେଖାଶୁଣା କରୁଥିବା ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପରି କି,କେତେକ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ବିନା ପ୍ରେସକ୍ରିପସନ ବା ପରାମର୍ଶରେ ରୋଗୀଙ୍କୁ ଔଷଧ ମଧ୍ୟ ଦିଆଯାଉଛି । ତାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି କେନ୍ଦ୍ର ଉପରେ ଚିକିତ୍ସା ପାଇଁ ନିର୍ଭର କରନ୍ତି ୧୫/୧୬ଟି ପଞ୍ଚ।ୟତର ଅଧିବାସୀ । ତେବେ ରାଜ୍ୟରେ ଥିବା ଅନ୍ୟାନ୍ୟ କେନ୍ଦ୍ର ଭଳି ଏଠାରେ ମଧ୍ୟ ଅବ୍ୟବସ୍ଥା ଲାଗି ରହିଛି । ସବୁଠୁ ବଡ଼ ସାଂଘାତିକ କଥା ହେଉଛି,ଡାକ୍ତରଙ୍କ ବିନା ପରାମର୍ଶରେ ଓ ଚେକ-ଅପ୍‌ରେ ରୋଗୀଙ୍କୁ ଔଷଧ ବଣ୍ଟନ । ଆଜି ଏଭଳି ସାଂଘାତିକ ଘଟଣାର ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି କେନ୍ଦ୍ରରେ । ଏ ସଂପର୍କରେ କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ ଏହି ପ୍ରତିନିଧି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା । ଏ ସଂପର୍କରେ ବଲାଙ୍ଗୀର ସିଡିଏମଓ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

18 − two =