ଫୁଲବାଣୀ :-ଫୁଲବାଣୀ ସହରର ସ୍ଥାନୀୟ ପିଏଆଇଟିଡିଏ ସମ୍ମିଳନୀ କକ୍ଷରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ମୁନିସିପାଲିଟିର ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ଅଧିକାରୀ ଡ଼ଃ ଅନନ୍ତ ଚରଣ ମିଶ୍ର, ଅବସର ପ୍ରାପ୍ତ ସେନା ବାହିନୀ ଅଧିକାରୀ ବିଷ୍ଣୁ ଚରଣ ମିଶ୍ର, ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର, ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ବ୍ଲକରୁ ଯୁବକ ସଙ୍ଘର ସଭ୍ୟ ସଭ୍ୟା, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ପ୍ରମୁଖ ଯୋଗ ଦେଇଥିଲେ । ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ବକ୍ରୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସାଜିଦ ଖାଁ ପ୍ରଥମ, ସୁଶାନ୍ତ କହଁର ଦ୍ୱିତୀୟ ଏବଂ ସ୍ୱସ୍ତିକ ନାୟକ ତୃତୀୟ ହୋଇଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ଅବଗତ କରିଥିଲେ । ବକ୍ରୃତା ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରଣାମ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ଯୁବକ ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ କରିଥିବା ବେଳେ ଚନ୍ଦ୍ରମଣି ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।