କାଳୀ ମନ୍ଦିରରୁ ଚୋରି

0 100

ସୁବର୍ଣ୍ଣପୁର : ସହରର ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା ମା କାଳୀଙ୍କ ନୂତନ ମନ୍ଦିରରୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ପରିସରରେ ଥିବା ଲୁହା ଆଲମାରୀ ଓ ଦାନ ବାକ୍ସ ଭାଙ୍ଗି ୪ହଜାର ଟଙ୍କା, ଧାରୁଆ ଅସ୍ତ୍ର, କିଛି ଶାଢୀ ଲୁଗା, ଘଣ୍ଟ, ଘଣ୍ଟି, ଓ ପୂଜା ସାମଗ୍ରୀ ଚୋରି କରି ନେଇ ଥିବା ବିଷୟ ମନ୍ଦିରର ପୂଜକ ସୁଶୀଲ ଡାଙ୍ଗୁଆ ଆଜି ସକାଳେ ସ୍ଥାନୀୟ ପୋଲିସ ଷ୍ଟେସନ ରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ସୋନପୁର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ପ୍ରାଥମିକ ସ୍ତରରେ ଅନୁସନ୍ଧାନ ଆରମ୍ଭ କରି ସହରର ଜଣେ ସଦିଗ୍ଧ ଯୁବକକୁ ଥାନାକୁ ଆଣି ପଚରାଉଚୁରା କରିଥିବା ଖବର ମିଳିଛି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସୁବର୍ଣ୍ଣପୁର ଏସପିଙ୍କ ପରାମର୍ଶ କ୍ରମେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ଼ର ସହଯୋଗ ନେଇ ଘଟଣା ସ୍ଥଳରେ ତନାଘନା ଅନୁସନ୍ଧାନ କରାଯାଇଥିବା ଜଣାଯାଇଛି । ଦୀର୍ଘ ଦିନ ପୂର୍ବରୁ ସୋନପୁର ସହରରେ ସବୁଆଡେ ଦିନ ଦ୍ୱିପହରରେ କେବେ ପାଣି ମୋଟର ତ କେବେ ମୋବାଇଲ, କେବେ ବାଇକ ତ କେବେ ସାଇକେଲ, କେବେ ଘର ଗ୍ରିଲ ଭାଙ୍ଗି ସୁନା ରୁପା ଚୋରି କରିନେଉଥିବା ଥାନାରେ କ୍ରମାଗତ ଅଭିଯୋଗ ହୋଇଆସୁଛି ।
ଗତବର୍ଷ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ରୁପା ମୁକୁଟ, ବିଗତ ବର୍ଷରେ ଏହି ସୁବର୍ଣ୍ଣମେରୁ ପରିସରର କାଳୀ ମନ୍ଦିରରୁ ପ୍ରଥମେ କିଛି ଧାତୁ ଚୋରି, ଏହି ପରିସରର ମା ଭୁବନେଶ୍ୱରୀଙ୍କ ରୁପା ଆଖି ଏବଂ ରାମେଶ୍ୱର ମନ୍ଦିର ନଦୀ ଘାଟରେ ଥିବା ମା ଶ୍ମଶାନ ଚଣ୍ଡୀ ମନ୍ଦିରରୁ ମା କାଳୀଙ୍କ ରୁପା ଜିଭକୁ କିଛି ଦୁର୍ବୃତ୍ତ ତାଡି ନେଇଥିବା ଭଳି ଏଭଳି ସମ୍ବେଦନଶୀଳ ଘଟଣାରେ ସହରବାସୀ ଭୟଭୀତ ଓ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବିଗତ କିଛି ଘଟଣା ମଧ୍ୟରୁ କିଛି ଘଟଣାର ଯଦିଓ ପର୍ଦ୍ଦାଫାଶ କରିଛି । ସୋନପୁର ପୋଲିସ ହେଲେ ବିଗତ ଦିନରେ ଜଣେ ପୋଲିସ ଏସ୍‌ଆଇଙ୍କ ଘରୁ ସୁନା ଗହଣା ଚୋରି, ଜଣେ ମାଜିଷ୍ଟ୍ରେଟ ବା ତହସିଲଦାର ଘରୁ ପାଣି ମୋଟର ଚୋରି ଏବଂ ବ୍ଲକ ଛକରେ ଆଉ ଜଣେ ଜୁଡ଼ିସିଆଲ ମାଜିଷ୍ର୍ଟ୍ରେଟଙ୍କ ସରକାରୀ କ୍ୱାଟର ସମ୍ମୁଖରେ ଥିବା ଟାୟାର ଦୋକାନରୁ ସବୁତକ ଟାୟାର ସହ ମୂଲ୍ୟବାନ ଜିନିଷ ଚୋରି ଅଭିଯୋଗ ଘଟଣା ଏବଂ ଏ ଭିତରୁ କିଛି ଘଟଣାର ଅପରାଧୀଙ୍କୁ ଆଜି ଯାଏ ପୋଲିସ ଧରି ପାରି ନ ଥିବାରୁ ସହର ସାରା ଏବେ ଚର୍ଚ୍ଚା ହେଉଛି । ଯେଉଁଠି ସହରର ଦେବାଦେବୀ ଓ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ସହ ସହର ସର୍ବ ପୁରାତନ ମୁଖ୍ୟ କଲେଜର କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟରୁ ଜାଲ ଚେକ ମାଧ୍ୟମରେ ଉଠାଇନେବା ଭଳି ଘଟଣା ଘଟୁଛି, ସେଠାରେ ସାଧାରଣ ଲୋକଙ୍କ କଥାକୁ ପଚାରେ କିଏ ବୋଲି ସହରବାସୀ କ୍ଷୋଭ ପ୍ରକାଶ କରିଥିବା ବେଳେ ସହରବାସୀଙ୍କ ଧନ ଜୀବନ ଓ ଦେବା ଦେବୀଙ୍କ ମନ୍ଦିରକୁ କଡା ସୁରକ୍ଷା ଦେବାକୁ ଓ ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରି ସହରରେ ଶାନ୍ତି ପ୍ରତିଷ୍ଠା କରାଯିବାକୁ ସହରବାସୀ ଦୃଢ଼ ଦାବି କରୁଛନ୍ତି ।

hiranchal ad1
Leave A Reply

Your email address will not be published.

eight + 4 =