ସମ୍ବଲପୁରରେ ମହାନଦୀ ଘାଟରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

0 72

ସମ୍ବଲପୁର: ସ୍ଥାନୀୟ ହାଟପଦା ଓ ଦଲେଇପଡା ଘାଟ ମଝି ଅଞ୍ଚଳ ମହାନଦୀ ଗର୍ଭରୁ ଆଜି ସକାଳୁ ଏକ ବୟସ୍କ ଥଣ୍ଟିଆ କୁମ୍ଭୀର ମୃତାବସ୍ଥାରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ଜନସାଧାରଣ ମହାନଦୀରେ ଭାସୁଥିବା ଏକ କୁମ୍ଭୀରକୁ ଦେଖିଲା ପରେ ସେଠାରେ ହଇଚଇ ଦେଖାଯାଇଥିଲା ଓ କ୍ଷଣକ ମଧ୍ୟରେ ଏହି ଖବର ଶୁଣି ଲୋକଗହଳୀ ହୋଇଯାଇଥିଲା । ଏହା ଏକ ମୃତ କୁମ୍ଭୀର ବୋଲି ଠାବ ହେଲାପରେ ତାହାକୁ ପାଣିରୁ ଛାଣି ଘାଟିକୁ ଅଣାଯାଇଥିଲା । ଏହି ଖବର ପାଇ ନିକଟସ୍ଥ ଟାଉନ ଥାନାରୁ ଏକ ପୁଲିସ ଦଳ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ଓ ପରେ ଏହି ମୃତ କୁମ୍ଭୀରକୁ ବନ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏଠାରେ କୁମ୍ଭୀର କାହିଁକି ମଲା, ତାହା ସ୍ଥିର କରିବା ପାଇଁ ଏହାକୁ ପୋଷ୍ଟ ମାର୍ଟମ ପାଇଁ ନିଆଯାଇଛି । ମହାନଦୀ କୂଳରେ ନିକଟସ୍ଥ ଖଣ୍ଡୁଆଲ ଗାଁ ଘାଟରୁ କିଛି ବର୍ଷ ପୂର୍ବେ ଏହିପରି ଏକ ଥଣ୍ଟିଆ କୁମ୍ଭୀର ଜୀବିତାବସ୍ଥାରେ ଉଦ୍ଧାର କରାଯାଇଥିଲା । ରାତିରେ ମାଛ ଧରିବା ପାଇଁ ବିଛାଯାଇଥିବା ଜାଲରେ ପଶିଯାଇଥିଲା ଓ ଏକ ବଡ଼ ମାଛ ଭାବି ସ୍ଥାନୀୟ ମତ୍ସ୍ୟଜୀବୀ ଏହାକୁ ବୋହି ଆଣିଥିଲେ ଓ ପରେ ବନ ବିଭାଗୀୟ ଅଧିକାରୀ ତାହାକୁ ଉଦ୍ଧାର କରି ହୀରାକୁଦ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଛାଡି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × 5 =