ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ମୋ ସେବାକେନ୍ଦ୍ର ତରଫରୁ କୃଷିମାନେ କିଭଳି ବିନା ଶୁଳ୍କରେ ସୁବିଧା ଓ ସହଜରେ କୃଷକ ରେଜିଷ୍ଟେସନ କାର୍ଡ ପାଇପାରିବେ ସେନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସରକାରଙ୍କ ପ୍ରତି ପଞ୍ଚାୟତରେ ଥିବା ମୋ ସେବାକେନ୍ଦ୍ର ମାଧ୍ୟମରେ ଚାଷୀମାନେ ଡିସେମ୍ବର ୩୧ତାରିଖ ସୁଦ୍ଧା କୃଷି ପଞ୍ଜିକରଣ କରିବା ପାଇଁ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ସରକାର କୃଷି ମାନଙ୍କ ହିତ ଉଦ୍ଦେଶ୍ୟରେ କରିଥିବା ଏହି ବ୍ୟବସ୍ଥା ଚାଷୀମାନେ କିଭଳି ସୁବିଧାରେ ପାଇପାରିବେ ସେନେଇ ମୋ ସେବାକେନ୍ଦ୍ରର ପରିଚାଳକ ମାନଙ୍କ ସହ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ସହକାରୀ କୃଷି ପରିଚାଳକ,ମୋ ସେବାକେନ୍ଦ୍ର ଟ୍ରେନର,କନ୍ଧମାଳ ଜିଲ୍ଲା ମୋ ସେବାକେନ୍ଦ୍ର ଡିଏମ୍ ଜିତେନ୍ଦ୍ର କୁମାର ସାହୁ,ସହକାରୀ କୃଷି ଅଧିକାରୀଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତର ମୋ ସେବାକେନ୍ଦ୍ରର ପରିଚାଳକ ମାନେ ଉପସ୍ଥିତ ଥିଲେ ।