ସୀମା ବିବାଦ ସ୍ଥାନକୁ ପରିଦର୍ଶନ କଲେ ସିନାପାଲି ବିଡିଓ ଓ ତହସିଲଦାର

0 90

ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଯୋର ପଂଚାୟତ ଏକ ରାସ୍ତାକୁ ନେଇ ଉଭୟ ଓଡିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଦେଖାଦେଇଛି । ଉଭୟ ରାଜ୍ୟ ପ୍ରଶାସନ ଏହି ରାସ୍ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥିବା ବେଳେ ଛତିଶଗଡ଼ ଜନସାଧାରଣ ଏହାକୁ ବିରୋଧ କରିଛନ୍ତି । ପ୍ରକାଶ ଯେ, ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଯୋର ପଂଚାୟତ ଜାମପଡାଠାରେ ମନରେଗା ଯୋଜନାରୁ ୬ଲକ୍ଷ ଅଟକଳରେ ରାସ୍ତ କାମ ଚାଲିଛି । ହେଲେ ଏହାକୁ ଛତିଶଗଡ଼ ପ୍ରଶାସନ ନିଜର ବୋଲି ଦାବୀ କରୁଥିବା ବେଳେ ଛତିଶଗଡ଼ ରାଜ୍ୟ ସ୍ଥାନୀୟ ସରପଂଚ ତାଙ୍କ ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଛତିଶଗଡ଼ର ସ୍ଥାନୀୟ ଜନସାଧାରଣ ବିରୋଧ ମଧ୍ୟ କରିଛନ୍ତି । ଅଭିଯୋଗ ପାଇଁ ଛତିଶଗଡ଼ ପ୍ରଶାସନିକ ଅଧିକାରୀ ମଧ୍ୟ ଉକ୍ତ ରାସ୍ତା ସ୍ଥାନକୁ ତଦାରଖ ପାଇଁ ଆସିଥିବା ବେଳେ ସ୍ଥାନ ଚିହ୍ନଟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଦୈନିକ ହୀରାଞ୍ଚଳରେ ଖବର ପ୍ରକାଶ ପରେ ସେହି ସ୍ଥାନକୁ ସୋମବାର ସିନାପାଲି ବିଡିଓ ସର୍ବେଶ୍ୱର ଜାଲ ଏବଂ ତହସିଲଦାର ଉପାଞ୍ଜଳି ମାଝି ପରିଦର୍ଶନ କରିଛନ୍ତି । ଏହି ସ୍ଥାନକୁ ପରିଦର୍ଶନ ପରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ରାସ୍ତା ମାପଚୁପ ହେବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

two × one =