ନନ୍ଦାହାଣ୍ଡି : ଗତକାଲି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମା ଭାଲୁ ସହ ଦୁଇଟି ଭାଲୁ ଛୁଆ ନଜର ଆସିବା ପରେ ଭାଲୁକୁ ଧରିବା ପାଇଁ ସଜାଗ ହୋଇଉଠିଛି ବନ ବିଭାଗ । ଗତକାଲି ଭାଲୁ ରହିଥିବା ଖବର ଶୁଣି ବନ ବିଭାଗର ସ୍ୱତନ୍ତ୍ର ବନ୍ୟ ଜନ୍ତୁ ଉଦ୍ଧାର କାରୀ ଟିମ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଥିଲେ ଏବଂ କିଭଳି ଭାଲୁକୁ ସୁରକ୍ଷିତ ଭାବେ ସ୍କୁଲ ପରିସର ଠାରୁ କିପରି ବାହାର ପାରିବେ ସେନେଇ ସତର୍କତା ସହ ପଦକ୍ଷେପ ନେଇଥିଲେ । ଦିନଯାକ ଭାଲୁ ବିଦ୍ୟାଳୟ ପରିସରରେ ରହିବା ପରେ ସନ୍ଧ୍ୟା ସମୟରେ ମା ଭାଲୁ ନିଜ ଦୁଇ ଛୁଆ ସହିତ ବାହାରକୁ ବାହାରି ଜଙ୍ଗଲ ଆଡକୁ ଚାଲିଯାଇଥିଲା । କିନ୍ତୁ ଭାଲୁ ନିଜ ଆଶ୍ରୟ ସ୍ଥଳୀ ଭାବେ ବନାଇ ଥିବା ବିଦ୍ୟାଳୟକୁ ପୁନର୍ବାର ଫେରିବା ଆଶାରେ ବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନରେ ତିନୋଟି ଯନ୍ତା ପକାଇ ସେଥିରେ ଭାଲୁର ପ୍ରିୟ ଖାଦ୍ୟ ମହୁଲ, ଗୁଡ଼, ପଣସ ଦେଇ ସାରା ରାତି ଉଜାଗର ରହି ଭାଲୁ ଧରିବା ପାଇଁ ଅପେକ୍ଷା କରିଥିଲେ ବନ ବିଭାଗ । ଆଜି ମଧ୍ୟ ବନ ବିଭାଗ ଟିମ ସଜାଗ ହୋଇ ବିଦ୍ୟାଳୟ ପରିସରରେ ଜଗି ରହିଛନ୍ତି । ଭାଲୁକୁ ଏଠାରୁ ସ୍ଥାନାନ୍ତର ନ କରିବା ପର୍ଯ୍ୟନ୍ତ ସ୍କୁଲରେ ରହିବା ନେଇ ସୂଚନା ଦେଇଛନ୍ତି ଏସିଏଫ୍ ଧନୁର୍ଯ୍ୟୟ ମହାପାତ୍ର । ଆଜି ବନ ଅଧିକାରୀ ପ୍ରସନ୍ନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ତଡିତ୍ ସ୍ୱାଇଁଙ୍କ ତତ୍ୱାବଧାନରେ ଫରେଷ୍ଟ ଗାର୍ଡ ଏ ମନୋଜ ରାଓ , ଭାସ୍କର ଷଡ଼ଙ୍ଗୀ ଓ ବନ ବିଭାଗ କର୍ମଚାରୀ ମାନେ ସେଠାରେ ଉପସ୍ଥିତ ରହି ଭାଲୁକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରାଯିବା ବୋଲି ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ବନ ବିଭାଗର ଟିମ ସ୍କୁଲ ରେ ଉପସ୍ଥିତ ରହିଥିବାରୁ ସ୍କୁଲ ଛାତ୍ର ଛାତ୍ରୀ ନିର୍ଭୟରେ ସ୍କୁଲରେ ପାଠ ପଢୁଥିବା କହିଛନ୍ତି ସ୍କୁଲ ପ୍ରଧାନଶିକ୍ଷକ ଓ ଛାତ୍ରଛାତ୍ରୀ । ସମ୍ପୂର୍ଣ୍ଣ ସ୍କୁଲ ପରିସରକୁ ବନ ବିଭାଗ ଟିମ୍ ନିଜ ଅଧୀନରେ ରଖିଥିବା ବେଳେ ଭାଲୁ ର ଗତିବିଧି ଉପରେ ନଜର ରଖି ଭାଲୁଟିର ନୀତି ଦିନିଆ ଯିବା ଆସିବା ରାସ୍ତା ରେ ଜନ୍ତା ଦେଇ ଭାଲୁକୁ କବଜା କରିବାକୁ ତାହାର ଖାଦ୍ୟ ଆଣି ରଖା ଯାଇଛି । ଘଟଣା ସ୍ଥଳରେ ନବରଙ୍ଗପୁର ରେଞ୍ଜର ତଡିତ ସ୍ୱାଇଁ ଉପସ୍ଥିତ ଥିବା ବେଳେ ରେସ୍କ୍ୟୁ ଟିମ୍ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।