ଉପକୂଳକୁ ମାଡ଼ିଆସୁଛି ‘ଡିଟଓ୍ୱା’

0 93

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ଡିଟଓ୍ୱା।। ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ବନ୍ୟା ଭୂସ୍ଖଳନରେ ୬୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବାତ୍ୟା ଭାରତ ଆଡକୁ ଗତି କରୁଛି। ଆଜି ସକାଳ ୮ଟା ସମୟରେ ଏହା ଭାରତୀୟ ଅଞ୍ଚଳକୁ ଛୁଇଁବ ବୋଲି ଆଶା କରାଯାଉଛି। ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟ ପାଇଁ ପ୍ରବଳ ବର୍ଷା ଆଲର୍ଟ ଜାରି କରାଯାଇଛି।

ବନ୍ୟା ଏବଂ ଭୂସ୍ଖଳନରେ ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶତାଧିକା ନିଖୋଜ ଅଛନ୍ତି। ଭାରତ ସରକାର ଅପରେସନ ସାଗର ବନ୍ଧୁ ଅଧୀନରେ ପଡ଼ୋଶୀ ଦେଶଗୁଡ଼ିକୁ ତୁରନ୍ତ ସହାୟତା ପଠାଇଛନ୍ତି। ଘୂର୍ଣ୍ଣିଝଡ଼ ଦିଟୱା ଭାରତ ଆଡକୁ ଆସିଛି ଏବଂ ଶନିବାର ଅପରାହ୍ନ ସୁଦ୍ଧା ଭାରତୀୟ ଅଞ୍ଚଳରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି।

hiring

ପାଣିପାଗ ବିଭାଗ କହିଛି ଯେ ବାତ୍ୟା ସିଧାସଳଖ ଭାରତୀୟ ଉପକୂଳରେ ମାଡ଼ ହେବ ନାହିଁ, ବରଂ ଆଗକୁ ବଢ଼ିବ, ଯାହା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ବ୍ୟାପକ ପ୍ରଭାବ ପକାଇବ। ଶନିବାର ଅପରାହ୍ନ ସୁଦ୍ଧା ଝଡ଼ ତାମିଲନାଡୁ ଉପକୂଳ ନିକଟରେ ପ୍ରବେଶ କରିବ। ତଥାପି, ଏହା ଉତ୍ତର ଆଡ଼କୁ ଗତି କରିବା ସହିତ ଦୁର୍ବଳ ହେବ।

ସର୍ବାଧିକ ପ୍ରଭାବିତ ହେବାକୁ ଥିବା ରାଜ୍ୟ ହେଉଛି ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ। କେରଳ, କର୍ଣ୍ଣାଟକ, ପୁଡୁଚେରୀ ଏବଂ ତେଲେଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ ବିଭାଗ ରେଡ ଏବଂ ଅରେଞ୍ଜ ଆଲର୍ଟ ଜାରି କରିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଚେନ୍ନାଇକୁ ଯାଉଥିବା ୫୦ ବିମାନକୁ ବାତିଲ କରାଯାଇଛି।

hiranchal ad1
Leave A Reply

Your email address will not be published.

12 + ten =