ଭୁବନେଶ୍ଵର: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ଵର ହୋତା। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୨ ସେଟ୍ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି କମନ୍ କ୍ୟାଣ୍ଡିଡେଟ୍ ଭାବେ ଡାକ୍ତର ଦତ୍ତେଶ୍ଵର ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରିଟର୍ଣ୍ଣି ଅଫିସରଙ୍କ ନିକଟରେ ଦୁଇ ନେତା ନୋମିନେସନ ଫାଇଲ୍ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ କକ୍ଷରେ ବିଜେଡି ଓ କଂଗ୍ରେସ ନେତା ଏକାଠି ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ପାଖ ସିଟ୍ ରେ ବସିଥିବା ଦେଖିବାକୁ ମିଳିଛି।
