ସୁଭଦ୍ରା ଶକ୍ତି ମେଳାର ଦ୍ଵିତୀୟ ସନ୍ଧ୍ୟା

0 37

ବୌଦ୍ଧ, ୭/୩(ହୀ. ପ୍ର ):- ଆଜି ସ୍ଥାନୀୟ କଚେରୀ ପଡିଆଠାରେ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ତହସିଲଦାର ବୌଦ୍ଧ ଅନିତା କୁମାରୀ ସାହୁ , ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ସମସ୍ତ ସି. ଡି. ପି. ଓ. ସୁଭଦ୍ରା ମାଆ ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭlରମ୍ଭ କରିଥିଲେ l ଏହି ଅବସରରେ ସୁଭଦ୍ରା ମାଆ ମାନେ ନିଜ ନିଜ ଅନୁଭୂତି ବଖାଣି ଥିଲେ l

hiring

ଆଜିର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମାଧବ ବେହେରା ଙ୍କ ଦ୍ୱାରା ଭଜନ ଓ ମୁଇଁ ବଉଦିଆ ସଂଗୀତ କାର୍ଯ୍ୟକ୍ରମ, ଗେହ୍ଲା ମାଆ କଳା ନିକେତନ, ବୌଦ୍ଧ ର କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ବଜାଶାଲ, ବଲାଙ୍ଗୀର ର କଳାକାର ମାନଙ୍କ ଦ୍ୱାରା ଆଦିବାସୀ (ଘୁଡକା ନୃତ୍ୟ ) ଓ ସମ୍ବଲପୁରୀ ନୃତ୍ୟ, ଅମର ଦାଶ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୀରନରସିଂହପୁର ନବ କିଶୋର ଦୀପ, ସଂଯୋଜିକା ଶ୍ରଦ୍ଧାଞ୍ଜଳି ସାହୁ ଏବଂ ଶୁଭଲକ୍ଷ୍ମୀ ମୁଦୁଲି ପରିଚାଳନା କରିଥିଲେ l

hiranchal ad1
Leave A Reply

Your email address will not be published.

5 − 1 =