ଅସହାୟଙ୍କୁ ମେଡିକାଲ ନେଲା ସ୍ୱେଚ୍ଛାସେବୀ ସଂଗଠନ

0 199

ହରଭଙ୍ଗା : ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଜଣେ ଅସହାୟ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବୁଧବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗ୍ରାମର ପ୍ରଦୀପ କୁମାର ସାହୁ । ତାଙ୍କର ନାଭିରେ ଘା ହୋଇ ପଚି ଯାଇଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ସେହି ଗ୍ରାମର ପ୍ରବୀଣ ପଣ୍ଡା ନାମକ ଜଣେ ସହୃଦୟ ବ୍ୟକ୍ତି ଉକ୍ତ ଗଙ୍ଗାଧର ମେହେର ସଂଗଠନକୁ ଜଣେଇଥିଲେ । ଖବର ପାଇବା ପରେ ସଂଗଠନର ସଭାପତି ମିନୁ ପ୍ରସାଦ ମିଶ୍ର , ମଦନ ମହନ ପ୍ରଧାନ, ରାମଚନ୍ଦ୍ର ମେହେର, ରମେଶ ପ୍ରଧାନ ଓ ଇନ୍ଦ୍ରମଣି ମେହେର ହରେକୃଷ୍ଣପୁର ଯାଇ ଗ୍ରାମର ସଭାପତି ଉମାକାନ୍ତ ପ୍ରଧାନ ଓ ପ୍ରବୀଣ ପଣ୍ଡାଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ଆଣି ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ନେଇ ସଂଗଠନର ପ୍ରତିଷ୍ଠାତା ଇନ୍ଦ୍ରମଣୀ ମେହେର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × three =