ଗଞ୍ଜାମ: ପୁରୁଷୋତ୍ତମପୁର ଏନଏସିର ରଥ ସାହି ଛକରେ ପୁଣି ଚୋରମାନେ ସକ୍ରିୟ ହୋଇଛନ୍ତି । ଯାହା ଫଳରେ ଗତକାଲି ରାତ୍ର ୯:୩୦ମିନଟରେ ଲୋକନାଥ ବେହେରା ଚାହା ଦୋକାନର ତାଲା ଭାଙ୍ଗି ଡ୍ରରେ ଥିବା ଏକ ହଜାର ଟଙ୍କା ସହିତ ଏକ ମୋବାଇଲ ସହ କିଛି ସମାନ ଚୋରି ହୋଇଥିବା ଜଣାପଡିଛି ।ଲୋକନାଥ ପୂର୍ବଦିନ ପରି ସକାଳ ୬ଘଣ୍ଟରେ ଦୋକାନ ଖୋଲିଲା ବେଳକୁ ଦୋକାନ ଭଙ୍ଗା ଯାଇଥିବା ଦେଖି ପୋଲିସ ଥାନାରେ ଏଫଆଇଆର ଦେଇଛନ୍ତି । କିଛି ଦିନ ପୂର୍ବରୁ ଏହି ଚାହା ଦୋକାନ ପାଖରେ ଥିବା ଅନ୍ୟ ୩ ଗୋଟି ଦୋକାନରୁ ତାଲା ଭାଙ୍ଗି କିଛି ଜିନିଷ, ଟଙ୍କା ନେଇ ଯାଇଥିବାର ମଧ୍ୟ ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ଏ ପର୍ଯ୍ୟନ୍ତ ଚୋରକୁ ଧରିବାରେ ପୁଲିସ ବିଫଳ ହୋଇଛି । ଉଲ୍ଲେଖଯୋଗ୍ୟ ଲୋକନାଥଙ୍କ ସହଧର୍ମଣୀ ଗିରିଜା ବେହେରା ଏନଏସିର ୭ନଂ ୱାର୍ଡ ର ଜଣେ କାଉନସିଲର ଅଛନ୍ତି ।