ଆରମ୍ଭ ହେଲା ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ

0 76

ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ । ତେବେ ମରାମତି କାର୍ଯ୍ୟ ପାଇଁ ଲୁହା ପାଇପ୍‌ ସ୍କାଫୋଲ୍ଡିଙ୍ଗକୁ ସଂଯୋଗ କରାଯାଇ ଏକ ୱାର୍କିଙ୍ଗ ପ୍ଲାଟଫର୍ମ ତଥା ଭାରା ତିଆରି ହେବ । ସେଠାରେ ଏଏସାଆଇ କର୍ମଚାରୀ ରହି ନାଟମଣ୍ଡପର ମରାମତି କାର୍ଯ୍ୟ ଆରମ୍ଭ କରିବେ । ସେନେଇ ସ୍କାଫୋଲ୍ଡିଙ୍ଗ ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି କାର୍ଯ୍ୟ ଶେଷ ହେବା ପରେ ଏଏସାଆଇର ଏକ୍ସପର୍ଟ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠନ ହୋଇଥିବା ବୈଷୟିକ ଟିମ୍‌ ଉଭୟ ଏହି ମରାମତି କାର୍ଯ୍ୟ କରିବେ । ନାଟମଣ୍ଡପର ଏକ ବିମ୍‌ରେ ଫାଟ ସୃଷ୍ଟି ହୋଇଥିବା ଫଟୋରୁ ଜଣାପଡ଼ିବା ପରେ ଏହାକୁ କିଭଳି ଶୀଘ୍ର ମରାମତି କରାଯାଇପାରିବ ସେନେଇ ଏଏସାଆଇ ପକ୍ଷରୁ ସମସ୍ତ କାର୍ଯ୍ୟ ହେବ ବୋଲି ଏଏସାଆଇ ପକ୍ଷରୁ କୁହାଯାଇଛି ।
କାର୍ତ୍ତିକ ମାସ ଚାଲିଥିବାରୁ ଭକ୍ତଙ୍କ ପ୍ରବଳ ଗହଳି ଏବଂ ମହାପ୍ରଭୁଙ୍କ ନୀତିକାନ୍ତିକୁ ଦୃଷ୍ଟିରେ ରଖାଯାଇ କେଉଁ ସମୟରେ ମରାମତି କାର୍ଯ୍ୟ ହୋଇପାରିବ ସେନେଇ ମନ୍ଦିର କମାଣ୍ଡରଙ୍କ ପରାମର୍ଶରେ ମରାମତି କାର୍ଯ୍ୟ ହେବ ବୋଲି ନିଷ୍ପତ୍ତି ହୋଇଛି । ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ ନାଟମଣ୍ଡପର ମରାମତି କାର୍ଯ୍ୟ ଏଏସାଆଇ ପକ୍ଷରୁ କରାଯିବ । ତେବେ କାର୍ତ୍ତିକ ମାସ ପରେ ନାଟମଣ୍ଡପର ମରାମତି କାର୍ଯ୍ୟକୁ ଜୋରସୋରରେ ଆଗେଇ ନେବା ପାଇଁ ଏଏସାଆଇ ଲକ୍ଷ ରଖିଛି । ଗତକାଲି ଶ୍ରୀମନ୍ଦିର ପ୍ରଶାସନ ସହିତ ବୈଠକ ପରେ ଏଏସାଆଇକୁ ମରାମତି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏନଓସି ଦେଇଥିବା ବେଳେ ଭକ୍ତଙ୍କ ସୁରକ୍ଷା ଏବଂ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ପ୍ରଭାବିତ ନହେବ ତା’କୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ଏଏସାଆଇର ଅବହେଳାକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଏହି କାର୍ଯ୍ୟ ସଠିକ୍‌ ଢଙ୍ଗରେ କରାଯିବାକୁ ଭକ୍ତ ଓ ସେବାୟତ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × five =