ପାରଳାଖେମୁଣ୍ଡି : ଦିନକୁ ଦିନ ଉଦ୍ୟାନ କୃଷି ବିଭାଗରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରାଯାଉଥିବାରୁ ଉଦ୍ୟାନ କୃଷି ଅଧିକାରୀଙ୍କ ଦାୟିତ୍ୱ ବଢି ଚାଲିଛି ହେଲେ ଦୀର୍ଘ ବର୍ଷ ଧରି ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ କ୍ୟାଡର ପୁନଃ ବିନ୍ନ୍ୟାସ ହୋଇ ପାରୁନାହିଁ । ଯଦି ୩୦ ତାରିଖ ସୁଦ୍ଧା ସରକାର କ୍ୟାଡର ପୁନଃ ବିନ୍ନ୍ୟାସ ନ କରନ୍ତି ତେବେ ୩୧ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ରାଜ୍ୟ ସଂଘ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏ ନେଇ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସଂଘ ଗଜପତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶଶାଙ୍କ ଶେଖର ସାହୁ ଜିଲ୍ଲା ସଂଯୋଜକ ଦିଲ୍ଲୀପ ଡିଙ୍ଗଲ ଓ ବିଭିନ୍ନ ବ୍ଳକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।