ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ

0 94

ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଦିନରେ ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ଃ. କମଳ ଲଚନ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ଜନକ ରାଉତ, ଜିଲ୍ଲା ଅରକ୍ଷୀ ଅଧିକ୍ଷିକା ଏସ ସୁଶ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନବରଙ୍ଗପୁର ସୁଧାଂଶୁ କୁମାର ପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁରର ମିଳିତ ପ୍ରୟାସ କ୍ରମେ ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଆୟୋଜିତ ହୋଇଥିଲା ଏବଂ ଉକ୍ତ କାର୍ଯ୍ୟକ୍ରମରେ ୨ ଜଣଙ୍କୁ ଟ୍ରାଇ ସାଇକେଲ, ଜଣଙ୍କୁ ଅନ୍ଧବାଡି, ୧୮ ଜଣଙ୍କୁ ଆଶାବାଡି, ଦୁଇ ଜଣଙ୍କୁ କୁତ୍ରିମ ହାତ, ଜଣଙ୍କୁ(୧) କୁତ୍ରିମ ଗୋଡ ଏବଂ ୩୫ ଜଣଙ୍କୁ ଭତ୍ତା ପ୍ରଦାନ କରଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରାଲିଗାଲ ସ୍ୱେଚ୍ଛାସେବୀଙ୍କର ସହଯୋଗରେ ଲୋକଙ୍କ ଘର ଘର ବୁଲି ଦିବ୍ୟାଙ୍ଗ ମାନେ କିପରି ସେମାନଙ୍କର ନାର୍ଜ୍ୟ ଅଧିକାରରୁ ବଞ୍ଚିତ ନ ହେବେ ସେଥିପାଇଁ ପ୍ରଚାର ଜାରି ରଖିଛନ୍ତି ଏବଂ ଯେଉଁମାନେ ସେମାନଙ୍କର ନାର୍ଜ୍ୟ ଅଧିକାରରୁ ବଞ୍ଚିତ ସେମାନଙ୍କୁ ଚିହ୍ନଟ କରୁଛନ୍ତି । ସାରା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି ‘Door to Door Campaign for Persons with Disability’ ଚଲାଯାଇଛି । ନବରଙ୍ଗପୁର ଜିଲ୍ଲାରେ ଏହି ଅଭିଯାନ ୨୨.୦୫.୨୦୨୩ ଠାରୁ ୨୯.୦୫.୨୦୨୩ ଯାଏ ଚାଲିବ ଏବଂ ଦିବ୍ୟାଙ୍ଗ ମାନେ ଏହାର ସୁଯୋଗ ନେବାପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର, ଡି.ଡି.ଆର.ଓ., ନବରଙ୍ଗପୁର (ଜିଲ୍ଲା ମୁଖ୍ୟ ଚିକିସ୍ୟଳୟ ପରିସରରେ), ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁର ଓ ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ଜନକ ରାଉତ କହିଛନ୍ତି । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସହ ତୁରନ୍ତ ଯୋଗାଯୋଗ କରନ୍ତୁ । ଯୋଗାଯୋଗ ନମ୍ବର-୦୬୮୫୮-୨୨୨୪୪୫ ।

hiranchal ad1
Leave A Reply

Your email address will not be published.

three × 5 =