ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

0 132

ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ୨/୭/୧୯୬୪ କୁ ସ୍ମରଣ କରି ମହାବିଦ୍ୟାଳୟର ୧୧ ନମ୍ବର ଶ୍ରେଣୀ ଗୃହରେ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସକୁ ଏକ ସଂକଳ୍ପ ଦିବସ ଭାବରେ ଅଭିହିତ କରି ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଦିବସରେ + ୩ କଳା ଓ ବିଜ୍ଞାନ ପରୀକ୍ଷାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ତରଫରୁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଜ୍ୟୋତିର୍ମୟୀ ବାରିକ (ଓଡ଼ିଆ ସମ୍ମାନ), ଝସକେତନ ପ୍ରଧାନ (କମ୍ପୁଟର ବିଜ୍ଞାନ), ସ୍ୱର୍ଣ୍ଣଲିକା ମାହାଣା (କମ୍ପୁଟର ବିଜ୍ଞାନ), ସୋନାଲି ସାହା (ରସାୟନ ବିଜ୍ଞାନ), ଜମିଲ ମହାନନ୍ଦିଆ, କୁନା ବଣ୍ଡକି (ସଂସ୍କୃତ), ଆଶୁତୋଷ ବସ୍ତିଆ (ପଦାର୍ଥ ବିଜ୍ଞାନ), ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଝସକେତନ ପ୍ରଧାନଙ୍କୁ ସର୍ବ ଶ୍ରେଷ୍ଠ ଗ୍ରାଜୁଏଟ ଭାବରେ ସ୍ୱର୍ଗତ ଶ୍ୟାମ ସୁନ୍ଦର ମିଶ୍ର ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲା । ସଭାରେ ଆଶୀଷ କୁମାର ଅଗ୍ରୱାଲଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଅଧ୍ୟାପକ ଡ଼ଃ. ସୌରଭ ରଞ୍ଜନ ଖମାରୀ ସଭାକୁ ସଂଯୋଜନା କରିଥିବା ବେଳେ ଉପାଧ୍ୟକ୍ଷ ଅଶ୍ୱିନୀ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

12 − 2 =