କୁସଙ୍ଗ ବନ୍ୟପ୍ରାଣୀ ବିଭାଗ ହାତରେ ୨ ବନ୍ୟଜନ୍ତୁ ଶିକାରୀ, ବଜ୍ରକାପ୍ତା କାତି ସହ ୨ ଦେଶୀ ବନ୍ଧୁକ ଜବତ

0 476

ହରଭଙ୍ଗା : ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର କୁସଙ୍ଗ ରେଞ୍ଜ ଶ୍ରୀପାଜୁ ସେକ୍ସନ ଅନ୍ତର୍ଗତ ପଦ୍ମତୋଳା ବିଟ ପଦ୍ମତୋଳା ଗ୍ରାମର ଉତ୍ତମ ପ୍ରଧାନ (୬୦)ଓ ତାଙ୍କ ଝିଅ ସାବିତ୍ରୀ ମାଝୀ (୩୫)ଙ୍କୁ ମଙ୍ଗଳବାର ଦିନ ଭୋର ସକାଳୁ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ସମେତ ଫୋରେଷ୍ଟର ଶ୍ରୀକାନ୍ତ ଗୁରୁ, କାଳନ୍ଦୀ ସାଥୁଆ ଓ କର୍ମଚାରୀଙ୍କ ମିଳିତରେ ବନ୍ୟଜନ୍ତୁ ଶିକାରରେ ସାମିଲ ଥିବା ନେଇ ସର୍ଚ୍ଚ ଅପରେସନରେ ଗିରଫ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାଇ ସର୍ଚ୍ଚ ଅପରେସନ ସମୟରେ ଶିକାରୀଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ, ଶିକାରରେ ବ୍ୟବହୃତ ଏକ ଟାଙ୍ଗୀ, ବିଷାକ୍ତ ଗୋଳା, ଫାଶ, ୫ଟି ବଜ୍ରକାପ୍ତା କାତି ଜବତ କରାଯାଇଥିଲା । ଦୁଇ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁକରି ଚାରିଛକ କୋର୍ଟ ଚାଲାଣ କରାଯାଇଥିବା ବନ୍ୟ ପ୍ରାଣୀ ଡିଏଫଓ ଫାଲଗୁନୀ ସାରଥୀ ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପଟେ କୁସଙ୍ଗ ରେଞ୍ଜ ଅଂଚଳର ୩ଜଣ ଶିକାରୀ ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ରେଞ୍ଜ ଅଞ୍ଚଳରେ ଶିକାର କରୁଥିବା ସମୟରେ କୌଣସି ମତେ ଖବର ପାଇ ଉକ୍ତ ରେଞ୍ଜ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ୟମରେ ୩ଶିକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ । ଶିକାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଫାସ ଜବତ କରି ଅଭିଯୁକ୍ତ ଶିକାରୀଙ୍କୁ ପ୍ରଥମେ ବାଣିଗୋଚ୍ଛା (ପୂର୍ବ )ବନ୍ୟପ୍ରାଣୀ ବନାଞ୍ଚଳ କୁଆଁରିଆ ରେଞ୍ଜ କାର୍ଯ୍ୟାଳୟକୁ ଆଣି ଡିଏଫଓ ତାଙ୍କୁ ଦୀର୍ଘ ୩ଘଣ୍ଟାର ଜେରା କରିବା ପରେ ତାଙ୍କ ପାଖରୁ ସମସ୍ତ ତଥ୍ୟ ମିଳିଥିଲା ଏବଂ ଚାମୁଣ୍ଡିଆ ରେଞ୍ଜ ୩ଜଣ ଶିକାରୀଙ୍କୁ ଦଶପଲ୍ଲା କୋର୍ଟକୁ ଚାଲାଣ କରିଥିବା ବେଳେ କୁସଙ୍ଗ ରେଞ୍ଜରୁ ଦୁଇ ଅଭିଯୁକ୍ତଙ୍କୁ ଚାରିଛକ କୋର୍ଟକୁ ପଠାଇ ଦେଇଥିବା ନେଇ ମହାନଦୀ ବନ୍ୟ ଖଣ୍ଡ ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × 2 =