ଆମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ ଏକ୍ସପ୍ରେସ ଟ୍ରେନ, ଫାଟକ ବିହୀନ ରେଳ ଟ୍ରାକ୍‌ରେ ପାର ହେଉଥିଲା ଆମ୍ବୁଲାନ୍ସ

0 143

ରାୟଗଡା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ରହିଥିବା ବଡ଼ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଲା ତାପସ୍ୱିନୀ ଟ୍ରେନ । ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସକୁ ତପସ୍ୱିନୀ ଏକ୍ସପ୍ରେସ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହୋଇଛି । ହେଲେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଘଟଣାରୁ ପ୍ରକାଶ ଯେ, ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସଟି କଲ୍ୟାଣସିଂହପୁର ଠାରୁ ଜଣେ ରୋଗୀକୁ ନେଇ ବିଷମକଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଛାଡି ଫେରୁଥିବା ବେଳେ କଲ୍ୟାଣସିଂହପୁରକୁ ସଂଯୋଗ କରୁଥିବା ଏକ ଫାଟକବିହିନ ରାସ୍ତା ଦେଇ ଯିବା ପାଇଁ ଆମ୍ବୁଲାନ୍ସ ଉଦ୍ୟମ କରିଥିଲା । ସେହି ରାସ୍ତା ଉପରେ ଥିବା ରେଳ ଧାରଣା ପାର ହୋଇ ଯିବା ସମୟରେ ରାୟଗଡା ଠାରୁ ସମ୍ବଲପୁର ଯାଉଥିବା ତପସ୍ୱିନୀ ଏକ୍ସପ୍ରେସ ଟ୍ରେନଟି ଆମ୍ବୁଲାନ୍ସକୁ ଧକ୍କା ଦେଇଛି । ତେବେ ଲୋକ ପାଇଲଟର ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଏଡାଇ ହୋଇଛି । ଆମ୍ବୁଲାନ୍ସରେ ଡ୍ରାଇଭର ସମେତ ଦୁଇଜଣ ଥିବା ଜଣା ପଡ଼ିଛି । ଦୁର୍ଘଟଣା ପୂର୍ବରୁ ଟ୍ରେନ ଟ୍ରାକ ଉପରେ ଆମ୍ବୁଲାନ୍ସ ଛାଡି ସେମାନେ ଚମ୍ପଟ ମାରିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ ପହଞ୍ଚି ଆମ୍ବୁଲାନ୍ସକୁ ରେଳ ଧାରଣାରୁ ବାହାର କରିବା ପରେ ଟ୍ରେ ଟି ପୁଣି ଛାଡିଥିଲା ।ଖବର ପାଇବା ପରେ ମୁନିଗୁଡା ଆରଓଇ ଆଫର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଏକ ମାମଲା ରୁଜୁ କରିଛି । କଲ୍ୟାଣସିଂହପୁର ,କାଶିପୁର ଓ ବିଷମ କଟକକୁ ଦୂରତା କମ ଥିବାରୁ ବିପଦ ସଂକୁଳ ଟ୍ରେନ ଟ୍ରାକ ଉପରେ ଯାତାୟତ କରୁଛନ୍ତି । ଦୂରତା କମ ଥିବାରୁ ଜରୁରୀ କାଳୀନ ରୋଗୀଙ୍କୁ ଗାଡି ଯୋଗେ ଟ୍ରେନ ଟ୍ରାକ ପାର କରି ବିଷମ କଟକ ମେଡ଼ିକାଲକୁ ଆସୁଛନ୍ତି । ବିଭିନ୍ନ ସମୟରେ ଏହି ଟ୍ରେନ ଟ୍ରାକ ଉପରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ସ୍ଥାନୀୟ ଲୋକେ ଏଠାରୁ ଏକ ଅଣ୍ଡର ଗ୍ରାଉଣ୍ଡ ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଛନ୍ତି ତଥାପି ରେଳ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 + four =