ବିଷାକ୍ତ ଛତୁ ଖାଇ ତିନି ଗୁରୁତର,ସିନାପାଲି ହସ୍ପିଟାଲରେ ଭର୍ତ୍ତି

0 79

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ମାଝୀପଡାର ତିନିଜଣ ଲୋକ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ତୁରନ୍ତ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ଯେମନୀ ମାଝୀ (୪୨), ଚିତ୍ର ମାଝୀ (୧୩), ହୃଦେଶ୍ୱରୀ ମାଝୀ (୭) ବୋଲି ଜଣାପଡିଛି । ପ୍ରାପ୍ତ ଖବର ଅନୁସାରେ ଆଜି ପୂର୍ବାହ୍ଣରେ ଯେମନୀ ନିଜ ଜମି ପଟେ ଯାଇଥିବା ବେଳେ ଏକ ସ୍ଥାନରେ ଛତୁ ଥିବା ଦେଖି ଗୋଟାଇ ଆଣିଥିଲେ । ଘରେ ତାକୁ ରୋଷେଇ କରି ପରିବାର ସହ ଖାଇବା ସହିତ ପଡୋଶୀ ହୃଦେଶ୍ୱରୀଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ । କିଛି ସମୟ ପରେ ଛତୁ ଖାଇଥିବା ଲୋକେ ବାନ୍ତି କରିଥିବାରୁ ତୁରନ୍ତ ଆମ୍ବୁଲେନ୍ସ ଯୋଗେ ସିନାପାଲି ହସ୍ପିଟାଲକୁ ଅଣାଯାଇଥିଲା । ବର୍ତ୍ତମାନ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eight + twenty =