କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ

0 107

ନୂଆପଡ଼ା : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ରାୟପୁରରୁ ସଡ଼କ ପଥରେ ଓଡିଶା ଛତିଶଗଡ଼ ସୀମାରେ ତାଙ୍କୁ ନୂଆପଡା ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଶାଳ ଜନ ସମ୍ପର୍କ ଅଭିଯାନରେ ଖରିଆର ରୋଡ ଠାରେ ବିକାଶ ତୀର୍ଥ ରେଳ ଷ୍ଟେସନକୁ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ରେଳ ଷ୍ଟେସନ ମାଷ୍ଟର ସହ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଜଣ କଲ୍ୟାଣକାରୀ ଯୋଜନାକୁ ଲୋକାଭିମୁଖୀ କରିବା ସହ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ନିଜ ନାମ ଦେଇ ଭ୍ରମିତ କରୁଛନ୍ତି । ଏହି ମହା ଜନ ସମ୍ପର୍କ ଅଭିଯାନ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପ୍ରୟାସ ବୋଲି ମନ୍ତ୍ରୀ ତାଙ୍କ ଉଦବୋଧନରେ କହିଥିଲେ । ଗସ୍ତରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଖରିଆର ରୋଡ଼, କୋମନା ଏବଂ ଖଡ଼ିଆଳ, ବୋଡେ଼ନ ସିନାପାଲି ଗସ୍ତ କରି ନବରଙ୍ଗପୁର ଜିଲ୍ଲା ଗସ୍ତ କରିବେ ।

hiranchal ad1
Leave A Reply

Your email address will not be published.

5 × one =