ହରଭଙ୍ଗା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ପରିଷଦ ବୈଠକ,ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟକ୍ଷମ ପାଇଁ ନିର୍ଦ୍ଦେଶ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ପରିଷଦ ବୈଠକ ବ୍ଲକର ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତ ରାଜ ଓ ଲୋକ ସୂଚନା ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ସାଂସଦ ପ୍ରତିନିଧି ବିଶ୍ୱଜିତ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ୭ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର, ୮ନଂ ଜୋନ ଜିଲ୍ଲା ପରିଷଦ ତାରାମଣି ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ପରେ ଚତୁର୍ଥ ସାଧାରଣ ପରିଷଦ ବୈଠକ ଅଧକ୍ଷା ସ୍ନେହଲତା ପ୍ରଧାନଙ୍କ ସହମତି କ୍ରମେ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଉକ୍ତ ସଭାକାର୍ଯ୍ୟକୁ ଆଗକୁ ନେଇଥିବା ବେଳେ ପ୍ରଥମେ ବ୍ଲକର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚଲା ହେବ ସହ ମୁଖ୍ୟତଃ ଦୀର୍ଘ ଦିନ ହେବ ବ୍ଲକରେ ବିଇଓ ପଦବୀ ଖାଲିପଡିଥିବାରୁ ତୁରନ୍ତ ସ୍ଥାୟୀ ବିଇଓ ପଦବୀ ପାଇଁ ଦାବି ଉଠିଥିବା ବେଳେ ୫ଟି ସ୍କୁଲ ଗୁଡିକରେ ଶିକ୍ଷକ ପଦ ପୂରଣ ପାଇଁ ଆଲୋଚନା ହୋଇଥିଲା । ସେହିପରି ବ୍ଲକର ବିଭିନ୍ନ ଡାକ୍ତରଖାନରେ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଏବଂ କିଡ଼ନୀ ରୋଗୀଙ୍କ ପାଇଁ ଅସ୍ଥାୟୀ କ୍ୟାମ୍ପ ଗଠନ, ଅନ୍ୟପଟେ ପ୍ରାଣୀ ସମ୍ପଦ ବିଭାଗ କର୍ମଚାରୀଙ୍କ ବିଭିନ୍ନ ସମୟରେ ଖାମ ଖିଆଲି କାର୍ଯ୍ୟକଳାପକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଖାଉଟି ସାଧାରଣ ବଣ୍ଟନ ଉପରେ ଆଲୋଚନା ହେବା ସହିତ ମହିଳା ଶିଶୁ କଲ୍ୟାଣ ବିଭାଗର ବନ୍ଧାପଥର, ସରସରା, ବିରାମଚନ୍ଦ୍ରପୁର, ତିଲେଶ୍ୱର ଆଦି ଅଙ୍ଗନୱାଡି କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ଅଧପନ୍ତରା କାର୍ଯ୍ୟର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜଳ ଯୋଗାଣ ଉପରେ ଏଲ. ଏଣ୍ଡ. ଟି ନାମକ ଏକ ଠିକା ସଂସ୍ଥା ବ୍ଲକର ପାଣୀଘରାଠାରେ ମେଗା ପାନୀୟ ଜଳ ଯୋଗାଣ ହାତକୁ ନେଇଥିବା ବେଳେ ତାହା ମନ୍ଥର ଗତିରେ କାର୍ଯ୍ୟ ହେଉଥିବା ନେଇ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ସମ୍ପୃକ୍ତ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ମନୋରେଗା, ଆବାସ ଯୋଜନା, ଓଡିଶା ଜୀବିକା ମିଶନ, ଆର୍ଡି, ଏନ୍ଏଚ୍, ପିଡବ୍ଲୁଡି ବିଭାଗ, ବିଦ୍ୟୁତ ବିଭାଗ, କୃଷି ଓ ଉଦ୍ୟାନ ବିଭାଗ, ଏବଂ ବନ ବିଭାଗ , କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ସମସ୍ୟା ଓ ସମାଧାନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ତାଗିତ କରାଯାଇଥିଲା । ଉକ୍ତ ସଭାରେ ବ୍ଲକ ର ୨୨ଗୋଟି ପଞ୍ଚାୟତ ସରପଞ୍ଚ, ସମିତି ମେମ୍ବର ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକୁ ହରଭଙ୍ଗା ବ୍ଲକ ବିଡ଼ିଓ ସ୍ୱପ୍ନିତା ନାୟକ ପରିଚାଳନା କରିଥିଲେ । ଶେଷରେ ଜିପିଓ ଯତୀନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।