ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ପରିସରରେ ନାଗସାପ

0 159

ଚମ୍ପୁଆ : ବର୍ତ୍ତମାନ ବର୍ଷା ଋତୁରେ ସାପର ପାଦ୍ରୁର୍ଭାବ ବଢିଯାଇଥିଲାବେଳେ ଚମ୍ପୁଆ ବ୍ଳକ ଅନ୍ତର୍ଗତ ନିଶ୍ଚିନ୍ତପୁର କୋଚିଂ ସେଣ୍ଟରରେ ଦୁଇଦିନ ପୂର୍ବରୁ ବିଷାକ୍ତ ସାପ କାମୁଡାରେ ୩ ନିରୀହ ଶିଶୁ ଜୀବନ ହାନି ଘଟିବା ସହ ଜଣେ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ରହିଥିବାବେଳେ ଶିକ୍ଷାନୁଷ୍ଠାନର ପରିସରରେ ବିଷାକ୍ତ ନାଗସାପ ଆଜି ଦେଖାଦେବାର ଜଣାଯାଇଛି । ଚମ୍ପୁଆ ମୁଖ୍ୟାଳୟରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଆଜି ପ୍ରାୟ ୪ ଫୁଟ ଲମ୍ବର ଏକ ବିଷାକ୍ତ ନାଗସାପ ବିଚରଣ କରୁଥିବା ସମୟରେ ହଠାତ ୩ୟ ଶ୍ରେଣୀର ଦୁଇ ଜଣ ଛାତ୍ର ଶ୍ରେଣୀଗୃହରୁ ହଠାତ ସାପଟି ଉପରେ ନଜର ପକାଇଥିଲେ ଓ ସାପ ସାପ କହି ରଡି କରିଥିଲେ । ଏହି ସମୟରେ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଦେଖିଥିଲେ ଓ ସାପକୁ ନାଗ ସାପ ବୋଲି ଚିହ୍ନଟ କରିଥିଲେ । ଏହାପରେ ବିଦ୍ୟାଳୟରୁ ବନବିଭାଗକୁ ଫୋନ ଯୋଗେ ଜଣାଇବାରୁ ସଙ୍ଗେସଙ୍ଗେ ବନବିଭାଗର ରେସକ୍ୟୁ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହିତ ପାଖ ଜଙ୍ଗଲକୁ ନେଇ ଛାଡି ଦେଇଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

3 × 5 =