ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ଜିଲ୍ଲା ପ୍ରଶାସନ,ମାରଡ଼ା ଓ ଅତଲସରାରେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

0 117

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଂଚଳ ଅତଲସରା ଓ ମାରଡ଼ା ଗ୍ରାମରେ ଗୁରୁବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱସ୍ଥ୍ୟ ଶିବିରରେ ଉଭୟ ଗ୍ରାମର ମୋଟ ୭୦ରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ସ୍ୱସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଉକ୍ତ ସ୍ୱସ୍ଥ୍ୟ ଶିବିରରେ ଏଡ଼ିଏମଓ ବିଜୟ କିଶୋର ପଟ୍ଟନାୟକ, ଗୋଷ୍ଠୀ ଚିକିତ୍ସା ଅଧିକାରୀ ଶ୍ରୀବନ୍ତ ସ୍ୱାଇଁଙ୍କ ସମେତ ସ୍ୱସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପରେ ଜିଲ୍ଲାପାଳଙ୍କ ଦ୍ୱାରା ମାରଡ଼ା ଗ୍ରାମରେ ଏକ ମିନି ଅଙ୍ଗନବାଡି ସେଣ୍ଟର ଉଦଘାଟନ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ରୋଷେୟାକୁ ନିଯୁକ୍ତି ଦିଆଯିବା ସହ ଛୋଟଛୋଟ ପିଲାମାନଙ୍କୁ ଖେଳ ଉପକୋରଣ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ପରେ ଜିଲ୍ଲାପାଳ ମାରାଡ ଗ୍ରାମ ପରିଦର୍ଶନ କରି ସ୍ଥନୀୟ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଏକ ଅସହାୟ ମହିଳାଙ୍କୁ ରେଡକ୍ରସ ସହାୟତା ଯୋଗାଇ ଦିଆଯାଇଥିଲା । ବନ୍ୟା ସମୟରେ ମାରାଡାବାସୀଙ୍କ ସମସ୍ୟାକୁ ନେଇ ଗ୍ରାମର ଭୌଗୋଳିକ ପରିସ୍ଥିତିକୁ ବୁଲି ଦେଖିଥିଲେ । ସେଠାରୁ ଅତଲସରା ସ୍ୱସ୍ଥ୍ୟ ଶିବିର ପରିଦର୍ଶନ ସହ ତିରଡ଼ ଗ୍ରାମର ରାସ୍ତା ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ହରଭଙ୍ଗା ସ୍ଥିତ ଏଲଏଣ୍ଡଟି ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥିଲେ । ଏହି ପରିଦର୍ଶନ ସମୟରେ ଏଡିଏମ ବବିତା ରାଣୀ ଦଳ ବେହେରା, ବୌଦ୍ଧ ବନାଞ୍ଚଳ ଅଧିକାରୀ ଦେବପ୍ରିୟ କମ୍ପ, ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × four =