ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : କେଶବ ଚନ୍ଦ୍ର ନୟାଗଡ଼ ଜିଲ୍ଲା ଟପ୍ପର

0 51

ନୂଆଗାଁ :ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ନୟାଗଡ଼ ଜିଲ୍ଲାରେ ପାସହାର ୯୬.୯୨ ପ୍ରତିଶତ ରହିଥିବାବେଳେ ମୋଟ ୨୩୧ ଗୋଟି ହାଇସ୍କୁଲରେ ୧୨୧୨୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ଦଧିବାମନଜୀଉ ଉଚ୍ଚ ବିଦ୍ୟାଳୟ ଶିଖରପୁରରେ ଅଧ୍ୟୟନରତ ଛାତ୍ର କେଶବ ଚନ୍ଦ୍ର ପରିଡା ସମୁଦାୟ ୬୦୦ ମାର୍କରୁ ୫୭୮ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ବାପା, ମା ଓ ଶିକ୍ଷକମାନଙ୍କର ଆଶୀର୍ବାଦରୁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି କେଶବ କହିଛନ୍ତି । ବିଶେଷ କରି ନିଜର କଠିନ ଅଧ୍ୟବସାୟ ବଳରେ ଏହା ସମ୍ଭବ ହୋଇପାରିଥିବା ସେ କହିଛନ୍ତି । କେଶବ ହେଉଛନ୍ତି କୃଷ୍ଣଚନ୍ଦ୍ର ପରିଡା ଓ ରୁକୁଣୀ ପରିଡାଙ୍କ ସୁଯୋଗ୍ୟ ସନ୍ତାନ । ସୂଚନାଯୋଗ୍ୟ ଯେ କିଶୋରଙ୍କ ପିତା କୃଷ୍ଣଚନ୍ଦ୍ର ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତର ଗ୍ରାମ କୃଷି କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି ଓ ମାତା ରୁକୁଣୀ ଗୃହିଣୀ ଅଟନ୍ତି । କେଶବଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

hiranchal ad1
Leave A Reply

Your email address will not be published.

four − 1 =