ନବରଙ୍ଗପୁର ମହାବିଦ୍ୟାଳୟରେ ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ ପାଳନ ଅବସରରେ ମାଣ୍ଡିଆ ଉତ୍ସବ

0 94

ନବରଙ୍ଗପୁର: ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ ଅବସରରେ ଜିଲ୍ଲା କୃଷି ବିଭାଗ ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟରେ ମାଣ୍ଡିଆ ଖାଦ୍ୟ ଓ ଫୁଟବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜ ପଡିଆରେ ମିଲେଟ ମିଶନ ଦ୍ୱାରା ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ସହ ପ୍ରାୟ ପାଞ୍ଚ ଗୋଟି ଶିକ୍ଷାନୁଷ୍ଠାନ ଓ ଜିଲ୍ଲାରୁ ଆସିଥିବା ଫୁଟବଲ ଖେଳାଳିଙ୍କ ମଧ୍ୟରେ ଏକ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଥିଲା । ଫୁଟବଲ ଖେଳ ପ୍ରଶିକ୍ଷକ ଅଶୋକ ପାତ୍ରଙ୍କ ତତ୍ତ୍ୱାବଧାନରେ ହେଉଥିବା ମାସିକିଆ ଫୁଟବଲ ପ୍ରଶିକ୍ଷଣ ଶିବିରର ପ୍ରଶିକ୍ଷାର୍ଥୀ ମାନଙ୍କୁ ନେଇ ଏହି ମ୍ୟାଚର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆମ ଦୈନନ୍ଦିନ ଜୀବନରେ ଉଭୟ ମାଣ୍ଡିଆ ଆଉ କ୍ରୀଡାର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ସମସ୍ତଙ୍କୁ ଅନ୍ତତଃ ସକାଳ ଜଳଖିଆରେ ମାଣ୍ଡିଆ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଭାଷ୍କର ନାଥ ବିଶ୍ୱାଳ ଆମ ଅଞ୍ଚଳର ଯୁବ ସମାଜ ପାଇଁ ମାଣ୍ଡିଆର ବ୍ୟବହାର ଏକ ସୁଲଭ ପନ୍ଥା ବୋଲି କହିବା ସହ ସମସ୍ତେ ଏହାକୁ ଏକ ଦୈନିକ ଖାଦ୍ୟରେ ସ୍ଥାନିତ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ବେହେରା ଯୋଗ ଦେଇ ଆଖପାଖ ଜିଲ୍ଲା ଗୁଡିକରେ ମାଣ୍ଡିଆ ଉତ୍ପାଦନର ଉପଯୁକ୍ତ କ୍ଷେତ୍ର ଥିବାରୁ ଏହାକୁ ବ୍ୟାପକ କରାଯାଉଅଛି ବୋଲି ପ୍ରକାଶ କରିଥିଲେ । ମିଲେଟ ସ୍କିମ ଅଫିସର କମଳଲୋଚନ ନାୟକ ମାଣ୍ଡିଆ ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବା ସହ ଆଜି ଆମେ ମାଣ୍ଡିଆକୁ ନେ଼ଇ ବିଶ୍ୱ ଦରବାରରେ ପରିଚିତ ହୋଇ ପାରିଛି ବୋଲି କହିଥିଲେ । ସମ୍ମାନୀୟ ଜିଲ୍ଲାପାଳ ଫୁଟବଲ ମ୍ୟାଚରେ ଭାଗ ନେଇଥିବା ଖେଳାଳୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୁଟବଲ ପ୍ରେମୀ, କଲେଜ ଅଧ୍ୟାପକ ବୃନ୍ଦ, ମିଲେଟ ମିଶନର କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମ ଗୁଡ଼ିକୁ ମନଭରି ଉପଭୋଗ କରିଥିଲେ । ଶେଷ ପର୍ଯ୍ୟାୟରେ ସମସ୍ତ ଖେଳାଳୀ ମିଲେଟରେ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଖାଇ ମାଣ୍ଡିଆର ମଜ୍ଜା ନେଇଥିଲେ ।

hiranchal ad1
Leave A Reply

Your email address will not be published.

15 − 11 =