ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଖୋଖୋ କ୍ରୀଡା

0 77

ପୁରୀ : ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର ଦାସମହାପାତ୍ର ଓ ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ଏହାର ପରିଚାଳନା କରୁଛନ୍ତି । ପ୍ରଥମ ଦିନର ପ୍ରଥମ ମ୍ୟାଚ ବାଲେଶ୍ୱର ଓ ଭୁବନେଶ୍ୱର ଜୁନିୟର ବାଳକ ବର୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ୱର ବିଜୟ ଲାଭ କରିଥିଲା । ଏହାପରେ ଭଦ୍ରକ ଏବଂ ଯାଜପୁର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଯାଜପୁର ବିଜୟ ଲାଭ କରିଥିଲା । ଅନୁଗୁଳ ଏବଂ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ରେ ବଲାଙ୍ଗୀର ବିଜୟ ଲାଭ କରିଥିଲା । ପୁରୀ ଏବଂ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ରେ ପୁରୀ ଟିମ୍‌ ବାଜିମାତ କରିଥିଲା । ଢେଙ୍କାନାଳ, ପୁରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ରେ ଢେଙ୍କାନାଳ ପୁରୀକୁ ହରେଇ ଆଗରେ ରହିଛି । ସେହିପରି ସର୍ବକନିଷ୍ଠ ବାଳିକା ବିଭାଗରେ ପ୍ରଥମ ମ୍ୟାଚ୍‌ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ,ଏଥିରେ ଭୁବନେଶ୍ୱର ବିଜୟ ଲାଭ କରିଥିଲା । ଏହାପରେ ବଲାଙ୍ଗୀର ଏବଂ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ବଲାଙ୍ଗୀର ବିଜୟୀ ହୋଇଥିଲା, ଏହାପରେ ଯାଜପୁର ଏବଂ ପୁରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ପୁରୀ ବିଜୟ ଲାଭ କରିଥିଲା ଏବଂ ସୁନ୍ଦରଗଡ଼ ସହ ମୟୂରଭଞ୍ଜ ମ୍ୟାଚ୍‌ରେ ସୁନ୍ଦରଗଡ଼ ବିଜୟ ଲାଭ କରିଥିଲା । ସମସ୍ତ ଦଳର ଖେଳ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ଆସନ୍ତା ଡିସେମ୍ବର ମାସରେ ଜାତୀୟ ସ୍ତରରେ କ୍ରୀଡା ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ଓଡ଼ିଶାର ସମସ୍ତ ଜିଲ୍ଲାରୁ ପ୍ରାୟ ୧୨୫୦ ଜଣ କ୍ରୀଡାବିତ୍‌ ପୁରୀରେ ପହଞ୍ଚି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି । ସେଥିରୁ ଯେଉଁମାନେ ଉନ୍ନତ କ୍ରୀଡା ପ୍ରଦର୍ଶନ କରିବେ ସେମାନେ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହେବେ । ଏହି ରାଜ୍ୟ ସ୍ତରୀୟ ୧୬ ତମ ସବ ଜୁନିଅର ଓ ୧୨ ତମ ଜୁନିଅର କ୍ରୀଡା ପ୍ରତିଯୋଗିତା ୧୯ ତାରିଖରୁ ଆରମ୍ଭ ହୋଇଛି ଓ ୨୨ ତାରିଖରେ ସରିବ । ଏଥିରେ ୯୦ ଟି ମ୍ୟାଚ୍‌ ଖେଳାଯିବ । ୨୨ ତାରିଖ ଦିନ ଫାଇନାଲ ମ୍ୟାଚ୍‌ ଖେଳାଯାଇ ସେଥିରେ ଉନ୍ନତ କ୍ରୀଡା ପ୍ରଦର୍ଶନ କରିଥିବା କ୍ରୀଡାବିତ୍‌ ମାନଙ୍କୁ ଚୟନ କରାଯାଇ ଜାତୀୟ ସ୍ତରରେ ଖେଳିବା ନିମନ୍ତେ ପ୍ରେରଣ କରାଯିବ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

one × five =