ଚାଲିଥିଲା ରାମଲୀଳା, ରାମଙ୍କ ଉପରକୁ ବୋମାମାଡ

0 92

ପୁରୀ : ରାମଲୀଳା ଚାଲିଥିବା ବେଳେ ମଞ୍ଚରେ ରାମଙ୍କ ଉପରକୁ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ବୋମାମାଡରେ ଲକ୍ଷ୍ମଣ ବେଶରେ ଅଭିନୟ କରୁଥିବା ସଦର ଥାନା ଅଧିନ ସାହାଣୀକେରା ଗ୍ରାମର ସୁକାନ୍ତ ପ୍ରଧାନ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ମା ବିନ୍ଧେଶ୍ୱରୀ ରାମନାଟ୍ୟ ସଂସଦ ପକ୍ଷରୁ ଗତକାଲି ରାମଲୀଳା ପରିବେଷଣ କରାଯାଉଥିଲା । ତେବେ ରାମଲୀଳା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିବା ବେଳେ ମଞ୍ଚରେ ଗଣେଶ ବନ୍ଦନା ଚାଲିଥିଲା । ରାମଚନ୍ଦ୍ରଙ୍କ ବେଶରେ ଥିବା କାର୍ତ୍ତିକ ପ୍ରଧାନଙ୍କ ସହ ମଞ୍ଚରେ ଲକ୍ଷ୍ମଣ ବେଶଧାରୀ ସୁକାନ୍ତ ଓ ସୀତାଙ୍କ ବେଶରେ ରଶ୍ମିତା ସ୍ୱାଇଁ ଉପସ୍ଥିତ ଥିଲେ । ତେବେ ସେହି ସମୟରେ ମଞ୍ଚ ଠାରୁ ଅଳ୍ପ କିଛି ଦୂରରେ ପ୍ରଚଣ୍ଡ ଶବ୍ଦ ହୋଇ ବିସ୍ଫୋରଣ ହୋଇଥିଲା । ଏହାକୁ ବାଣ ବୋଲି ଭାବି କେହି ଧ୍ୟାନ ଦେଇନଥିଲେ । ପରେ ହଠାତ୍‌ ଭିଡ଼ ଭିତରୁ ମଞ୍ଚରେ ଥିବା ରାମ ବେଶଧାରୀ ଙ୍କ ଉପରକୁ ଲକ୍ଷ୍ୟ କରି ଦୁର୍ବୁତ୍ତ ବୋମାମାଡ କରିଥିଲେ । ତେବେ ସେହି ସମୟରେ ଲକ୍ଷ୍ମଣ ବେଶଧାରୀ ସୁକାନ୍ତ ସାମ୍ନାକୁ ଆସିବାରୁ ବୋମାଟି ତାଙ୍କ ଡାହାଣ ହାତ କହୁଣିରେ ମାଡ଼ ହୋଇଥିଲା । ତାଙ୍କ କହୁଣୀ ଏଥି ପାଇଁ କ୍ଷତାକ୍ତ ହୋଇଥଲା ।
ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏନେଇ ରାମଲୀଳା ଅନୁଷ୍ଠାନ ପରିଚାଳକ ବଳିଆପଣ୍ଡା ଥାନାରେ ଏତଲା ଦେଇଥିବା ବେଳେ ଦୁର୍ବୁତ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇନାହିଁ । ତେବେ ପୂର୍ବ ଶତ୍ରୁତା, ଗୋଷ୍ଠୀ ବିବାଦ ଯୋଗୁ ଏହି ଘଟଣା ହେଇଥିବା ସନ୍ଦେହ କରାଯାଉଛି । ତେବେ ଘଟଣାର ତଦନ୍ତ ଚାଳିଛି ଅଭିଯୁକ୍ତଙ୍କୁ ପୋଲିସ୍‌ ଖୁବ ଶୀଘ୍ର ଗିରଫ କରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

6 + nineteen =