ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବୀରମହାରାଜପୁର ବିଧାୟକ

0 62

ଉଲୁଣ୍ଡା: ଆଜି ଦିନ ୧୧ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା । ଏହି ସମୟରେ ଗତକାଲି ବାଇକ ଦୁର୍ଘଟଣାରେ ଆହତ ହୋଇ ଚମ୍ପାମାଳ ଗ୍ରାମର ରୋହିତ ହୋତା ନାମକ ଜଣେ ଯୁବକ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ବିଧାୟକ ଶ୍ରୀ ଜଗଦଳା ତାଙ୍କୁ ସାକ୍ଷାତ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ପରେ ବିଧାୟକ ଶ୍ରୀ ଜଗଦଳା ଅନ୍ୟ ସମସ୍ତ ବିଭାଗ ବୁଲି ଚିକିତ୍ସାଧୀନ ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଡାକ୍ତରଖାନାର ଅଗ୍ନି ନିରବାପକ ବ୍ୟବସ୍ଥାର ଯାଞ୍ଚ କରିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସମସ୍ତ ପ୍ରକାର ଅବ୍ୟବସ୍ଥାର ତୁରନ୍ତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ଜଗଦଳାଙ୍କ ଏହି ପରିଦର୍ଶନ ସମୟରେ ବିରମହାରାଜପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ସୌମ୍ୟରଞ୍ଜନ ନାଏକ, ଜନାର୍ଦ୍ଦନ ଖମାରୀ ,ପ୍ରଭାସ ପଣ୍ଡା ,ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eight − 7 =