ହରିଶଙ୍କର ମନ୍ଦିରର ୱେବ୍‌ ସାଇଟ୍‌ ଲୋକାର୍ପିତ

0 143

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରର ୱେବ୍‌ ସାଇଟ୍‌ ଶୁକ୍ରବାର ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭବ୍ୟ ସମାରୋହ ବି.ଡି.ଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ ଲୋକାର୍ପିତ କରିଥିଲେ । ସମ୍ମାନିତ ଅତିଥି ରୂପେ ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଏ.ଇ ମହେଶ ଲାଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ହରିଶଙ୍କର ମନ୍ଦିରକୁ ନେଇ ଏକ ୱେବ୍‌ସାଇଟ୍‌ ବି.ଡ଼ି.ଓ ଙ୍କ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଥିବା ବେଳେ ଏହି ୱେବ୍‌ ସାଇଟ୍‌ ଦ୍ୱାରା ଜନସାଧାରଣ ହରିଶଙ୍କର ମନ୍ଦିର ସମ୍ପର୍କରେ ବିଭିନ୍ନ ତଥ୍ୟ ଜାଣି ପାରିବା ସହିତ ହରିଶଙ୍କରରେ ଥିବା ମିଶନ ଶକ୍ତି କାଫେ ଓ ପାନ୍ଥନିବାସର ବୁକିଙ୍ଗ ଅନଲାଇନ କରିପାରିବେ ବୋଲି ଜିଲ୍ଲାପାଳ କହିଥିଲେ । ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏବେ ତାର ଉନ୍ନୟନ କାମ ଆରମ୍ଭ ହୋଇଛି । ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପରିଚାଳିତ କାଫେରେ ପର୍ଯ୍ୟଟକ କିପରି ଠିକ ସେବା ପାଇପାରିବେ ସେନେଇ କହିଥିଲେ । ଉତ୍ସବରେ ବ୍ଲକ୍‌ କର୍ମଚାରୀ ସମେତ ମିଶନ ଶକ୍ତି ସଦସ୍ୟା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − five =